ଅବ୍ୟବସ୍ଥା ଭିତରେ ଗତିକରୁଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ-ଅନୁଗୋଳ ମୁଖ୍ୟ ରାସ୍ତାପାର୍ଶ୍ଵ ଅମଲାପଡା ଠାରେ ଉପଜିଲ୍ଲାପାଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ପ୍ରାଣିଧନ ଚିକିତ୍ସା କେନ୍ଦ୍ରରେ ଗତବର୍ଷ ନୂତନ କୋଠା ନିର୍ମାଣ କରାଯାଇ ପ୍ରଚେରୀ ମଧ୍ୟ ନିର୍ମାଣ ହୋଇ ନୂତନ ସରକାରୀ ରଙ୍ଗରେ ରଙ୍ଗୀନ କରାଯାଇ ନୂତନ ଅଫିସ ଆରମ୍ଭ ହୋଇଅଛି।
ତେବେ ଅଫିସ ସାମ୍ନାରେ ଥିବା ବାଉଣ୍ଡ୍ରିୱାଲ ଟି ଗତକାଲି ରାତିରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଉପଖଣ୍ଡରେ ପ୍ରାଣୀଧନ ଚିକିତ୍ସା ଚଳେଇ ଦିଆ ଯାଉଥିବା ବେଳେ ନୂତନ ଵିଲଡିଙ୍ଗ ସାମ୍ନା ପ୍ରାଚେରୀ ଭୁଶୁଡି ପଡି ସାଧାରଣ ଜନତାଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତେବେ ଏଠାରେ ଠିକାଦାର ପ୍ରୀତି ପାଇଁ ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ଉପଖଣ୍ଡ ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟର ଅଧିକାରୀ, କର୍ମଚାରୀ ଏ ବାବଦରର କିଛି ଜାଣିନଥିବା କହୁଥିବା ବେଳେ ବୋଧେ ପୁରୁଣା କାନ୍ଥରେ ନୂଆ ରଙ୍ଗ ମାରି ଦିଆଯାଇଥିବା ଅନୁମାନ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଏହା ପୁରୁଣା ପ୍ରାଚେରୀ ତେବେ ନୂଆ ପାଇଁ ସରକାରୀ ଅନୁଦାନ ମିଳିଥିବା ସତ୍ୱେ କିଏ ଅନୁମତି ଦେଲା ପୁରୁଣା ଦଦରା ପ୍ରାଚେରୀରେ ନୂଆରଙ୍ଗ ମାରିବାକୁ? କଣ ପୁରୁଣା ପ୍ରାଚେରୀକୁ ରଙ୍ଗମାରି ବିଲ କରିଦିଆଯାଇ ସରକାରୀ ଅର୍ଥ ହଡପ କରାଯାଇଛି ନା ଆଉ କିଛି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
