News
lipub
samparksetu

ପୋଲଟିଏ ନଥିବାରୁ ହଟହଟା ବାଉଁଶପୋଖରୀ ପଞ୍ଚାୟତର ୪ ଟି ଗ୍ରାମର ଗ୍ରାମବାସୀ

ପୂର୍ବରୁ ବିଜୁସେତୁ ନାମରେ ପୋଲଟିଏ ହେବବୋଲି ନିଷ୍ପତି ହୋଇଥିଲା, ଗ୍ରାମବାସୀ ଖୁସି ହୋଇଯାଇଥିଲେ ଆଉ ରହିବନି ଯାତାୟତ ଅସୁବିଧା ନାଳ ପାଲଟିବନି ସମସ୍ୟା ମାତ୍ର ସରକାର ଓ ନେତା ବଦଳିବାପରେ ପ୍ରକଳ୍ପ ନାମ ପରିବର୍ତ୍ତନ ହୋଇ ସେତୁବନ୍ଧ ହେବବୋଲି କୁହାଗଲା ମାତ୍ର ରହିଗଲା ନାମରେ ସୀମିତ ହୋଇ।

ଖବରରୁ ପ୍ରକାଶ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଠାରୁ କରାବିରା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କର ଡିହସାହି ଗ୍ରାମ ନିକଟସ୍ଥ ରାସ୍ତାଉପରେ ଏକ ପୋଲିଆ ନିର୍ମାଣର ଆବଶ୍ୟକତା ରହିଥିବା ବେଳେ ବିଭାଗ ପକ୍ଷରୁ ଏଥି ପାଇଁ ଦୁଇତିନିଥର ପ୍ରସ୍ତାବ ଦିଆଯାଇ ଥିଲେହେଁ ଅନୁମୋଦନ ମିଳୁ ନଥିବାରୁ ପୋଲ ନିର୍ମାଣ ହୋଇ ପାରୁନାହିଁ ଫଳରେ ବାଉଁଶପୋଖରୀ ପଞ୍ଚାୟତର ୪ ଟି ଗ୍ରାମର ଗ୍ରାମବାସୀ ମାନେ ଯାତାୟତର ସୁବିଧା ପାଇ ପାରୁନାହାନ୍ତି। ବିଶେଷ କରି ବର୍ଷା ଦିନେ ଓ ଅଦିନିଆ ବର୍ଷା ସମୟରେ ଉକ୍ତ ରାସ୍ତା ଉପରେ ଯା ଆସ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ରାସ୍ତାରେ ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ଗୁରୁତର ରୋଗୀସେବା ବ୍ୟାହତ ହେବାସହ ସହିତ ସ୍କୁଲ ଛାତ୍ରଛାତ୍ରୀ ମାନେ ଯାଆସ କରିବା ସୁବିଧା ଜନକ ହେଉ ନାହିଁ। ପଞ୍ଚାୟତର ନୁଆକୋଟ, ଡିହସାହି, ବନ୍ଧାଭୂଇଁ ଓ କରା ବିରା ଆଦି ୪ ଟି ଗ୍ରାମର ହଜାରରୁ ଉର୍ଦ୍ଧ ଗ୍ରାମବାସୀ ମାନେ ନିର୍ଭରଶିଳ ଥିବାବେଳେ ନାହିଁନଥିବା ଅସୁବିଧାରେ ପଡୁଛନ୍ତି ଏବଂ ଏହା ବର୍ଷାଦିନେ ବିଛିର୍ନାଞ୍ଚଳ ପାଲଟିଯାଉଛି। ପୋଲ ସଂଯୋଗି କରଣ ରାସ୍ତାଟି ପୂର୍ବରୁ ପଞ୍ଚାୟତ ଅଧିନରେ ରହି ଆସି ଥିଲା। ପ୍ରାୟ ୩/୪ ବର୍ଷ ହେବ ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଯିବା ପରେ ରାସ୍ତାର ଉନ୍ନତି କରଣ ସମ୍ଭବ ହୋଇ ଥିଲା। ସ୍ଥାନେ ସ୍ଥାନେ ଗଡା ପୋଲ ଓ କଲଭଟ୍ ମଧ୍ୟ ନିର୍ମାଣ କରା ଯାଇ ଥିଲା। ତେବେ ନିର୍ବାଚନ ବେଳେ ଚିରାଚରିତ ଢଙ୍ଗରେ ପୁଳାପୁଳା ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ସାମାନ୍ୟ ପୋଲଟିଏ ହୋଇ ପାରିଲାନାହିଁ, ନିର୍ବାଚିତ ଜନପ୍ରତିନିଧି ମାନଙ୍କର ପାଦପଡ଼ୁ ନଥିବାବେଳେ ପୁଣି ଥରେ ଆମେ ଠକାମିରେ ପଡିଲୁବୋଲି କ୍ଷୋଭର ସହ କୁହନ୍ତି ହିନ୍ଦୋଳ ଉପଖଣ୍ଡର ସେହି ଗ୍ରାମବାସୀ ମାନେ l ଜନସାଧାରଣଙ୍କ ଜରୁରୀ ଆବଶ୍ୟକତା ଥିବା ଡିହସାହି ଗ୍ରାମ ସଂଯୋଗୀ କରଣ ରାସ୍ତା ଉପରେ ସରକାରୀ ସ୍ତରରେ ବିଭାଗ ପକ୍ଷରୁ ତୁରନ୍ତ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳର ଗ୍ରାମବାସୀ ମାନେ ଦୃଢ଼ ଦାବି କରିଛନ୍ତି।

new life
You might also like
error: Content is protected !!