News
lipub
samparksetu

ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଦେଲେ ବିଡ଼ିଓଙ୍କ ନାମରେ ଏତଲା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କୁ ବିଡ଼ିଓ ଜାତିଗତ ଆକ୍ଷେପକରି ମାଡ଼ମାରିବାକୁ ନେଇ ଥାନାରେ ଅଧ୍ୟକ୍ଷାଙ୍କ ଅଭିଯୋଗକୁ ନେଇ ହିନ୍ଦୋଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକଙ୍କ ଅଭିଯୋଗକ୍ରମେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବାକୁ ବିଡ଼ିଓ କଲ୍ୟାଣ ସୌରଭ ଦାସଙ୍କ ଅଫିସ ଚ୍ୟାମ୍ବରକୁ ଅପରାହ୍ନ ୪. ୩୦ଟା ବେଳେ ଯାଇଥିବା ବେଳେ ଅଧ୍ୟକ୍ଷା ବିଡ଼ିଓଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ହୋଇ ସାରିଥିବା କାର୍ଯ୍ୟଗୁଡିକର ବିଲ ପେମେଣ୍ଟ ହେଉନି, କାର୍ଯ୍ୟ ନହୋଇ କିପରି ବିଲ ହେଉଛି ଏବଂ ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନାରେ ତୁରନ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଉ, କାହିଁକି ଏନଆରଜିଏସ, ଆବାସଯୋଜନା, ଅନ୍ତୋଦୟ ବାସଗୃହ ଇତ୍ୟାଦି ସହ ବିଭିନ୍ନ ଯୋଜନାରେ କାହିଁକି ଅର୍ଥ ଆଦାୟ ହେଉଛି ଇତ୍ୟାଦି ଭଦ୍ରାମି ସହକାରେ ପଚାରିବାରୁ ବିଡ଼ିଓ କଲ୍ୟାଣ ସୌରଭ ଦାସ ତାଙ୍କୁ ଜାତିଗତ ଆକ୍ଷେପ କରି ଗାଳିଗୁଲଜ ଅପମାନିତ କରି ଧକ୍କା ମାରିଥିଲେ ଏବଂ ଏହି ଘଟଣା ସମୟରେ ଅଧ୍ୟକ୍ଷାଙ୍କ ସ୍ୱାମି ପ୍ରଶାନ୍ତ ନାୟକ, ଠୋକର ସରପଞ୍ଚଙ୍କ ସ୍ୱାମୀ ବୁଲୁ,ବାବନ୍ଧ ସରପଞ୍ଚଙ୍କ ସ୍ୱାମି ରାଜେଶ,କୁଟୁଣିଆ ହେମନ୍ତ ସାହୁ ଓ କୁଟୁଣିଆ ସରପଞ୍ଚ ଉପସ୍ଥିତ ଥିଲେ ବୋଲି ଅଧ୍ୟକ୍ଷା ତାଙ୍କ ଏତଲାରେ ଅଭିଯୋଗ କରିଛନ୍ତି।

new life
You might also like
error: Content is protected !!