News
lipub
samparksetu

ହିନ୍ଦୋଳରେ ଶୀତଳଭଣ୍ଡାର ପାଇଁ ଦାବି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୀର୍ଘବର୍ଷ ପରେ ମଧ୍ୟ ସ୍ଥାପନ ହୋଇପାରିଲାନି ଶୀତଳ ଭଣ୍ଡାର ଏଥିପାଇଁ ଦିନକୁଦିନ ବଢୁଛି ଜନ ଅସନ୍ତୋଷ ,ଦାବି ହେଉଛି ଶୀତଳଭଣ୍ଡାର ସ୍ଥାପନ ପାଇଁ।ଉଲ୍ଲେଖଯୋଗ୍ୟ ସଦା ଅବହେଳିତ ତଥା ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହିନ୍ଦୋଳ ଉପଖଣ୍ଡ ଗ୍ରାମାଞ୍ଚଳ ଯେ ପୂର୍ବରୁ ପ୍ରାୟ ୭୫-୮୦ପ୍ରତିଶତ ଜନତା କୃଷି କାର୍ଯ୍ୟ କରିବାସହ କୃଷି ଉପରେ ନିର୍ଭରସିଳ ଥିଲେ ତେବେ ଚାଷୀଙ୍କୁ ଉପଯୁକ୍ତ ସହଯୋଗ ନମିଳିବାରୁ କିମ୍ବା ଉତ୍ପାଦିତ କୃଷିଜାତ ଦ୍ରବ୍ୟ ରଖିବାକୁ ଶୀତଳଭଣ୍ଡାର ନଥିବାରୁ ଏବଂ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ନଥିବାରୁ ଲୋକମାନେ କୃଷି ଉପରୁ ମୁହଁ ଫେରାଇ ନେବା ସହ ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପାଞ୍ଚଳ ଗୁଡିକରେ ସୁଯୋଗ ମିଳୁ ନଥିବାରୁ ଅଧିକାଂଶ ଗାଁଗହଳି ଲୋକମାନେ ଦାଦନ ଖଟିବାକୁ ଅଞ୍ଚଳ ଛାଡିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି।ଶୀତଳଭଣ୍ଡାର ନଥିବାରୁ କୃଷକ ମାନେ ଶାଗମାଛ ଦରରେ କୃଷିଦ୍ରବ୍ୟ ବିକିଦେବାସହ ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି।କୃଷିପ୍ରଧାନ ହିନ୍ଦୋଳ ଉପଖଣ୍ଡରେ ୩୫ପଂଚାୟତ ଓ ଗୋଟିଏ ଏନ ଏ ସି କୁ ନେଇ ଗଠିତ ଏହି ଅଞ୍ଚଳର ୭୦%ଲୋକ ଚlଷା ଉପରେ ନିର୍ଭରଶିଳ ଥିବାବେଳେ ୩୧୫୩୭ହେକ୍ଟର ଚାଷଜମି ଅଛି ଏବଂ ସେଥିରୁ ୧୮୦୦ଏକର ଖରିଫ,୧୫୭୭୩ଏକର ରବି ଫସଲ ପାଇଁ ଉଦ୍ଧିଷ୍ଟ। ସେଥିମଧ୍ୟରୁ ମାତ୍ର ୨୫୨୦ଏକର ଜଳସେଚିତ ହେଉଥିବା ବେଳେ ଏଠାରେ ଥିବା ପ୍ରାୟ କେନାଲ ଗୁଡିକ ନିମ୍ନମାନର, ଅଣଓସାରିଆ, ଭଙ୍ଗାରୁଜା ହୋଇଅଛି ଏବଂ ପାଣି ଆସୁନଥିବାରୁ ଅଵ୍ୟବହୃତ ହୋଇପଡିଛି।

ଏଠିକାର ଚାଷୀମାନେ ଧାନ ସହ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି ମାତ୍ର ପ୍ରାୟ ବଜାର ଦର ଅବ୍ୟବସ୍ଥା ପାଇଁ ଉପଯୁକ୍ତ ମୂଲ୍ୟ ପାଇପାରନ୍ତି ନାହିଁ। ଏହାଛଡା ପ୍ରକୃତ ଚାଷୀ ମାନେ ବିହନ, କୃଷି ଯନ୍ତ୍ରପାତି, ସୌରଚlଳିତ ଫ୍ରିଜର ଇତ୍ୟାଦିର କୌଣସି ସୁବିଧା ସୁଯୋଗ ପାଇପାରନ୍ତି ନହିଁ କାରଣ କୃଷି ବିଭାଗ ତରଫରୁ ଯୋଗାଇଦିଆଯାଉଥିବା ଅଧିକାଂଶ ସୁବିଧା କୁଜି, ଟାଉଟର ନେତା ତଥା ବଡ଼ନେତା ମାନଙ୍କ ଚେଲାଚାମୁଣ୍ଡା ମାନେ ଚଞ୍ଚକତା କରି ଏସବୁ ହାତେଇ ନିଅନ୍ତି। ପ୍ରକୃତ କୃଷକ ମାନେ ଅବହେଳିତ ହେବାସହ କୌଣସି ସୁବିଧା ସୁଯୋଗ ପାଇପାରନ୍ତି ନାହିଁ ଏବଂ ଅଣକୃଷକ ମାନେ ସରକାରୀ ସହାୟତା ସୁଯୋଗ ହାତେଇନେଇ କୃଷି କାର୍ଯ୍ୟ କରନ୍ତି ନାହିଁ ।ତେବେ ନିର୍ବାଚିତ ପ୍ରତିନିଧି ଓ କୃଷି ବିଭାଗ ଏଥିପ୍ରତି ଆଖିବୁଜି ଦେଉଥିବା ବେଳେ ଏକ ଶୀତଳଭଣ୍ଡାର ସ୍ଥାପନସହ ଜଳସେଚନର ଉପଯୁକ୍ତ ବ୍ୟବସ୍ଥା କରାଯିବା ପାଇଁ ଉପଖଣ୍ଡ ଜନତାଭୋଟର ସରକାରଙ୍କ ନିକଟରେ ଦାବି କରୁଛନ୍ତି।

new life
You might also like
error: Content is protected !!