ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅସରଡା ପଂଚାୟତ ବାର୍ସିଙ୍ଗା ଗ୍ରାମର ନୃସିଂହ ସାହୁଙ୍କୁ ବୟସ ଆସି ୯୧ ହେଲାଣି ହେଲେ ଅଧିକାରିଙ୍କ ଭୁଲପାଇଁ ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ସେ ବଞ୍ଚିତ ହୋଇଛନ୍ତି ଏବଂ ବର୍ଦ୍ଧିତ ଭତ୍ତା ପାଇଁ ବହୁବାର ଆବେଦନ କରି ଆସିଥିଲେ ହେଁ ଆଜି ଯାଏଁ ପଞ୍ଚାୟତ ଅଧିକାରୀ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି l
ବର୍ଦ୍ଧିତ ଭତ୍ତା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବାବୁଲି ରାଉତ କୁହନ୍ତି ନୃସିଂହ ଙ୍କ ବର୍ଦ୍ଧିତ ଭତ୍ତା ନେଇ ସମସ୍ତ କାଗଜ ହିନ୍ଦୋଳ ବ୍ଲକ୍ ରେ ଦିଆ ଯାଇଛି ହେଲେ ଏ ଯାଏଁ ଭତ୍ତା ମିଳିପାରି ନାହିଁ l ତେବେ ସ୍ୱତଃ ପ୍ରଶ୍ନ ଉଠେ ଏଠାରେ କଣ ମୃତ୍ୟୁ ପରେ ମିଳିବ ବର୍ଦ୍ଧିତ ଭତ୍ତା?
