News
lipub
samparksetu

ରାସ୍ତା ସାଜିଛି ମରଣ ଯନ୍ତା

ରାସ୍ତା ସାଜିଛି ମରଣ ଯନ୍ତା ,ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଂଚାୟତ ରାଜ ବିଭାଗ ଓ ମନରେଗା ଯୋଜନାରେ ଯେତେସବୁ ରାସ୍ତା ନିର୍ମାଣ ହେଉଛି ତନ୍ମଧ୍ୟରୁ କିଛି ରାସ୍ତା କୁ ଛାଡିଦେଲେ ପ୍ରାୟତଃ ରାସ୍ତା ଗୁଡିକ ନିର୍ମାଣର ମାସେ କିମ୍ବା ତିନିମାସ ମଧ୍ୟରେ ସେଗୁଡିକର ବିକଳ ଚିତ୍ର ଦେଖିବାକୁ ମିଳୁଛି l ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉକ୍ତ ବ୍ଲକର ମଠତେନ୍ତୁଳିଆ ଗ୍ରାମ ପଂଚାୟତରେ ଉକ୍ତ ପଂଚାୟତର ବଙ୍ଗାଳି ଛକ ଠାରୁ ବରପାଳ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଦେଢକିମି ବ୍ୟାପି ଉକ୍ତ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ଭାବରେ ନିମ୍ନ ମାନର କାର୍ଯ୍ୟ ଫଳରେ ଏହି ରାସ୍ତାଟି ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ରହିଛି । ଉକ୍ତ ପଂଚାୟତଟି ବ୍ଲକର ଏକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବହୁଳ ଅଟେ l କିନ୍ତୁ ଉକ୍ତ ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକୁ ଉନ୍ନତ ମାନର ରାସ୍ତା ନିର୍ମାଣ ନିମନ୍ତେ ସରକାରୀ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ କରିଛନ୍ତି ହେଲେ ଫଳ ଶୂନ ରହୁଛି l ଉକ୍ତ ପିଚୁ ରାସ୍ତାଟି ନିର୍ମାଣର ପ୍ରାୟ ଏକ ବର୍ଷ ହେଲା ହୋଇଛି
। କିନ୍ତୁ ଦୁଇରୁ ତିନି ମାସ ମଧ୍ୟରେ ରାସ୍ତା ଉପରେ ବିଛା ଯାଇଥିବା ଅନେକ ଜାଗାରେ ସମ୍ପୂର୍ଣ୍ଣ ଭାବରେ ଉଠିଯାଇ ବଡବଡ ଖାଲ ମାନ ସୃଷ୍ଟି ହୋଇଛି ଯାହା ଫଳରେ ପଥ ଚାରି ଠାରୁ ଆରମ୍ଭ କରି ଛୋଟ ବଡ଼ ଜାନ ଯାଆଶାରେ ଘୋର ଆନ୍ତରାୟ ସୃଷ୍ଟି ହେଉଛି l ଉକ୍ତ ରାସ୍ତାଟି ବରପାଳ ଗ୍ରାମର ଏକ ପ୍ରକାର ଲାଇଫ ଲାଇନ ହୋଇଥିବା ବେଳେ ସେହି ରାସ୍ତା ଦେଇ ଉକ୍ତ ଗ୍ରାମବାସୀ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବର୍ତମାନ ରାଜ୍ୟରେ ନୂତନ ଡବଲ ଇଂଜିନ ସରକାର ଥାଇ ମଧ୍ୟ ରାସ୍ତା ନିର୍ମାଣ କ୍ଷେତ୍ରରେ ହୋଇଥିବା ନିମ୍ନ ମାନର କାର୍ଯ୍ୟ କୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ଜାହିର କରିବା ସହିତ ଉକ୍ତ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ତଦନ୍ତ କରି ରାସ୍ତାଟିର ମରାମତି କରିବାକୁ ଅଂଚଳ ବାସୀଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲପାଳ ଙ୍କ ଠାରେ ଦାବି ହେଉଛି l

new life
You might also like
error: Content is protected !!