News
lipub
samparksetu

ମିନତୀ ଙ୍କ ପାଇଁ ଆବାସ ସାତ ସପନ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତ ଉସ୍ତପାଳ ଗ୍ରାମ ରେ ନିସହାୟ ବିଧବା ମହିଳା ମିନତୀ ସାହୁ (୬୫) ସ୍ବାମୀ ଗଣେଶ ସାହୁଙ୍କ ଘର ହାତୀ ଭାଙ୍ଗି ଦେଇଥିବାର ଜଣାପଡିଛି ।

ବାରମ୍ବାର ଘର ହାତୀ ଭାଙ୍ଗି ଦବାରୁ ଘର ତିଆରି ନ କରିପାରି ପାଖରେ ଥିବା କାଜୁ ବଗିଚା ରେ ସେ ଏକ କୁଡିଆ କରି ରହୁଛନ୍ତି। ସେହି ଘରେ ରହିବା ଜଣେ ମଣିଷ ପକ୍ଷେ ସମ୍ଭବ ନୁହେଁ ।ପୁରୁଣା ଇନ୍ଦିରା ଆବାସ ଲିଷ୍ଟ ରେ ନାମ ଥିଲା କିନ୍ତୁ ବର୍ତ୍ତମାନ ଲିଷ୍ଟ ରେ ନାମ ନଥିବାର ଦେଖିବାକୁ ମିଳିଛି ।

ତାଙ୍କର ଗୋଟିଏ ପୁଅ ୩ବର୍ଷ ପୂର୍ବରୁ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ତାଙ୍କର ଆଗପଛ କହିଲେ କେହି ନଥିବା ବେଳେ ତାଙ୍କର ଦୁଃଖ ସରକାର ଶୁଣୁ ନଥିବାର ସେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!