News
lipub
samparksetu

ଜଗା ପାଇଁ ସହାୟତା ପାଇଁ ହାତ ବଢାଇଲେ ଯୁବଗୋଷ୍ଠୀ!

ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଅସହାୟ ଜଗବନ୍ଧୁ ଭାଙ୍ଗି ପଡିଥିବା ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କ ପାଇଁ ସହାୟତା ଯୋଗାଡ଼ କରିଛନ୍ତି।

ସୂଚନା ଥାଉ କି, ଏସମ୍ପର୍କରେ ଆମକୁ ଜଣାଇବା ପରେ ଖବର ପ୍ରକାଶ କରିଥିଲୁ। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁର ଜଗବନ୍ଧୁ ସାହୁ ପିତା ତୀର୍ଥବାସୀ ସାହୁ ଠେଲାରେ ଗୁପଚୁପ ବିକ୍ରି କରି ପରିବାର ଭରଣ ପୋଷଣ କରୁଥିଲେ। ପୂର୍ବରୁ ଏକ ବସ ଦୁର୍ଘଟଣା ପାଇଁ ତାଙ୍କ ଗୋଡ଼ କାଟିବାକୁ ପଡ଼ିଥିଲା। ଗୋଟିଏ ଗୋଡରେ କୌଣସି କାମ କରିବା ସମ୍ଭବ ନଥିବା ବେଳେ ଘରେ ବସିରହିବାକୁ ପଡୁଛି।

ତାଙ୍କ ବିଷୟରେ ସୂଚନା ପାଇ ତୁମୁସିଂଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ଯୁବକମାନେ ଘର ଘର ବୁଲି ତାଙ୍କ ପାଇଁ ସହାୟତା ମାଗିଥିଲେ। ଆଜି ସନ୍ଧ୍ୟାରେ ସଂଗୃହିତ ଅର୍ଥ ରାଶି ଜଗବନ୍ଧୁଙ୍କ ଘରେ ପହଁଞ୍ଚି ତାଙ୍କୁ ପ୍ରଦାନ କରିଥିଲେ। ଏଥିରେ ଅନଲାଇନ ମାଧ୍ୟମରେ ୧୯,୪୨୨ ଟଙ୍କା ଦାତା ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ମିଶି ମୋଟ ୩୯,୭୮୭ ଟଙ୍କା ସହାୟତା ରାଶି ପ୍ରଦାନ କରିଯାଇଥିଲା।

new life
You might also like
error: Content is protected !!