News
lipub
samparksetu

ପାଇପରୁ ବାହାରୁଛି କଳା ମଚ ମଚ ପାଣି, ୧୫ ଦିନ ହେବ ଅସୁବିଧା ଭୋଗୁଛନ୍ତି ତୁମୁସିଙ୍ଗା ଗ୍ରାମବାସୀ

ପାଇପରୁ ବାହାରୁଛି କଳା ମଚ ମଚ ପାଣି। ପିଇବା କଥା ଛାଡ଼ନ୍ତୁ, ଦେଖିଲେ ନାକ ଟେକି ହୋଇ ଯାଉଛି। ହେଲେ ନିରୂପାୟ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ର ତୁମୁସିଙ୍ଗା ଗାଁ ବାସୀ ଏ ପାଣି ପିଇବାକୁ ବାଧ୍ୟ। କାରଣ, ସେମାନଙ୍କ ପାଖରେ ନାହିଁ କୌଣସି ବିକଳ୍ପ।

ଗାଁ କୁ ପାନୀୟ ଜଳ ପ୍ରକଳ୍ପରେ ପାଇପ ଯୋଗେ ଯେଉଁ ପାଣି ଯୋଗାଇ ଦିଆଯାଉଛି , ପ୍ରାୟ ୧୫ ଦିନ ହେବ ସେଥିରୁ କଳା ପାଣି ଓ ଗୁଣ୍ଡ ବାହାରୁଛି ଯାହା ପିଇବା ଯୋଗ୍ୟ ହୋଇ ପାରୁନି । ଗାଁରେ ପ୍ରାୟ ୬୦୦ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯାଇଥିବା ପ୍ରତିଟି ପାଇପ ରୁ ଏହି ଭଳି ପାଣି ଆସୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ଲୋକେ ଜଣାଇଥିବା ବେଳେ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!