News
lipub
samparksetu

ଠିକା କମ୍ପାନୀର ତଳିପକା କାମ! ତିନୋଟି ସାହିର ଲୋକ ଯିବାଆସିବା ରାସ୍ତା ଜଳାର୍ଣ୍ଣବ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଓ ଧୋବାବାହାଳି, ମହୁଲଡଗର, ଡଙ୍କାବୋଲ ସହ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା ଉପରେ ତିନି ଫୁଟ ପାଣି। ଏହି ରାସ୍ତା ଉପରେ ତିନୋଟି ସାହିର ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ଡ଼ାକ୍ତରଖାନା, ବଜାର ଠାରୁ ଆରମ୍ଭ କରି ବ୍ୟାଙ୍କ, ପୋଷ୍ଟ ଅଫିସ, କଲେଜ ସବୁ ସେମାନଙ୍କ ପାଇଁ ବନ୍ଦ ହୋଇଯାଇଛି। ତିନି ଧରି ଲଗାଣ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହିଥିବାରୁ ଏହି ସାହିର ଲୋକମାନେ ଏବେ ଜଳବନ୍ଦୀ ହୋଇ ରହିଥିବା ପରି ମନେହେଉଛି।

କମ୍ପାନୀ କର୍ତ୍ତୃପକ୍ଷ ପାଇପ ପକାଇବା କାମ ଶେଷ କରି କେନାଲ ଓ ରାସ୍ତା ଉପରେ ମାଟି ଅଧିକ ପକାଇ ଛାଡି ଚାଲିଯାଇଛି, ଯେଉଁ କାରଣ ପାଇଁ ଏପରି ସମସ୍ୟା ଉପୁଜିଛି। ବର୍ତ୍ତମାନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ମଧ୍ୟ ଏହାଦ୍ବାରା ଅସମ୍ଭବ ପରି ମନେହେଉଛି। କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି।

new life
You might also like
error: Content is protected !!