News
lipub
samparksetu

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ୭ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଗତ ୫ ବର୍ଷ ତେଳ ପାନୀୟ ଜଳ ପାଇଁ ଗ୍ରାମରେ ଏକ ବୋରୱେଲ ଖୋଳା ଯାଇଥିଲା ।

ତାହାର ମୋଟର ଟି ସମ୍ପୁର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।ଦିର୍ଘ ଦିନ ହେବ ଏହି ମୋଟର ପୋଡିଯାଇଥିବା ବେଳେ ଏହାର ମରାମତି ପାଇଁ ବାରମ୍ବାର ଦାବୀ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଏହାକୁ ନେଇ ଗ୍ରାମବାସୀ ମାନେ ସମସ୍ୟା ରେ ରହୁଥିବା ବେଳେ ତୁରନ୍ତ ଏହାର ବ୍ୟବସ୍ଥା କରିବାକୁ ଦାବୀ ହୋଇଛି ।

new life
You might also like
error: Content is protected !!