News
lipub
samparksetu

ପାନୀୟ ଜଳରୁ ବଞ୍ଚିତ ୨ଟି ୱାର୍ଡ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗା ପଞ୍ଚାୟତ କୁସୁପଙ୍ଗା ଗ୍ରାମର ଭଞ୍ଜ ସାହୁ ଏବଂ ମହାରଥୀ ସାହିର
ଲୋକ ମାନେ ପିଇବା ପାଣିର ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ଦୁଇ ୱାଡବାସୀଙ୍କ ପାଇଁ ପୂର୍ବରୁ ବ୍ରାହ୍ମଣୀ ନଦୀ କୂଳରୁ ପାଇପ ଯୋଗେ ସେମାନଙ୍କୁ ପାନୀୟ ଜଳଯୋଗାଇ ଦିଅଯାଉଥିଲା । କିନ୍ତୁ କେତେକ ଖଳ ପ୍ରକୃତିର ଲୋକ ପାଇପକୁ କଣା କରି ସେଥିରୁ ମୋଟର ଯୋଗେ ପାଣି ନେଇଯାଉଥିବାରୁ ସେମାନଙ୍କ ନିକଟରେ ପାଣି ପହଞ୍ଚି ପାରୁନଥିବାର ଅଭିଯୋଗ କରିଛନ୍ତି ।

ଗ୍ରାମର ଉପର ମୁଣ୍ଡାରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହି ଦୁଇ ସାହି ପାଣିରୁ ବଞ୍ଚିତ ହେଉଛନ୍ତି । ଏଣୁ ମୁଖ୍ୟ ପାଇପକୁ କଣା ନକରି ସଠିକ ଭାବରେ ପାଣି ଯୋଗାଇ ଦେବାକୁ ଦୁଇ ୱାର୍ଡର ବାସିନ୍ଦା ମାନେ ଦାବୀ କରିଛନ୍ତି । ଏ ସଂକ୍ରାନ୍ତରେ ଏକଦାବୀ ପତ୍ର ବିଡିଓଙ୍କ ସହିତ ଜିଲ୍ଲାପାଳଙ୍କୁ ପ୍ରଦାନ
କରିଥିବାର ଜଣାପଡିଛି ।

new life
You might also like
error: Content is protected !!