News
lipub
samparksetu

ରାସନରୁ ବଞ୍ଚିତ ଦିବ୍ଯାଙ୍ଗ ଦୁଲଣା

୩୦ ବର୍ଷ ବୟସରେ ମାନସିକ ଭାରସାମ୍ୟ ହରାଇ ପରିବାର ପାଇଁ ସାହାରା ହେବା ପରିବର୍ତ୍ତେ ଅନ୍ୟର ସାହାରା ନେଇ ବଞ୍ଚିଛନ୍ତି ଦୁଲଣା ପରୀଡା। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ଯୁଧିଷ୍ଠିର ପରୀଡାଙ୍କ ପତ୍ନୀ ଦୁଲଣା।

୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ଡାକ୍ତର ମଧ୍ୟ ପ୍ରମାଣପତ୍ର ଦେଇଛନ୍ତି। ସରକାର ଦିବ୍ଯାଙ୍ଗମାନଙ୍କୁ ସ୍ବତନ୍ତ୍ର ଭାବେ ଭତ୍ତା ପ୍ରଦାନ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରୁଛନ୍ତି। ବିଡମ୍ବନାର ବିଷୟ ଦୁଲଣାଙ୍କ ପରିବାର ର ରାସନ କାର୍ଡରେ ତାଙ୍କର ନାମ ଅଛି ହେଲେ ତାଙ୍କୁ ରାସନ ମିଳୁ ନାହିଁ। ଡିଲରଙ୍କୁ ପଚାରିଲେ କହନ୍ତି ତାଙ୍କ ଆଧାର ଲିଙ୍କ ହୋଇନାହିଁ ,ତେଣୁ ତାଙ୍କୁ ରାସନ ମିଳୁ ନାହିଁ।

ଦୁଇ ଦୁଇ ଥର ଆଧାର ଲିଙ୍କ କରିବା ପାଇଁ ବ୍ଲକ ଅଫିସରେ ଦରଖାସ୍ତ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପ୍ରଶାସନକୁ ଅନୁରୋଧ ଦୁଲଣାଙ୍କ ଆଧାର ଲିଙ୍କ କରି ତାଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ।

new life
You might also like
error: Content is protected !!