News
lipub
samparksetu

ଜନ୍ମରୁ ମାନସିକ ଅନଗ୍ରସର କିନ୍ତୁ ସରକାରୀ ଯୋଜନାରୁ ବଞ୍ଚିତ

ଓଡାପଡା ବ୍ଲକ ଅନ୍ତର୍ଗତ କୋତ୍ତମ ପଞ୍ଚାୟତ ଖଇରା ସାହିର କୀର୍ତନ ନାଏକ ଏବଂ ଅଶାନ୍ତି ନାଏକଙ୍କ ଔରସରୁ ଗତ ଆଠ ବର୍ଷ ହେଲା ଜନ୍ମିତ ପୁତ୍ର ସନ୍ତାନ ବୁଲୁ ନାଏକ ଜନ୍ମରୁ ମାନସିକ ଅନଗ୍ରସର ।ସମୟ କ୍ରମେ ପିଲାଟିର ମସ୍ତିଷ୍କ କାମ ନକରିବା ସହିତ ହାତ, ଗୋଡ଼ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନାହିଁ ।

ଏବେ ଝାଡା ପରିସ୍ରା ସେହି ଶଯ୍ୟା ଉପରେ ଏବଂ ମା ହାତରୁ ଖାଦ୍ୟ ଖାଇଥାଏ । ଭୋକ ଲାଗିଲେ ନିଜର ହାତ କାମୁଡିବ। ସହିତ ଆଁ କରି ଚିତ୍କାର କରେ । ନିଜ ପିଲାର ଆରୋଗ୍ୟ ଲାଭ ପାଇଁ ଗତ ଆଠ ବର୍ଷ ହେଲା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଅନେକ ମଠ ମନ୍ଦିରକୁ ଦଉଡିଛନ୍ତି କୀର୍ତ୍ତନ ଓ ଅଶାନ୍ତି । ଶେଷରେ ନଭେମ୍ବର ୨୦୧୯ରେ ବୁଲୁଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ୯୦ ପ୍ରତିଶତ ଦିବ୍ୟାଙ୍ଗ ଘୋଷଣା କରିଥିଲେ ।

କୀର୍ତ୍ତନ ଜଣେ ଦିନ ମଜୁରିଆ ଏବଂ ଜମି ବାଡ଼ି କହିଲେ କିଛି ନାହିଁ । ସରକାରୀ ସାହାଯ୍ୟ ପାଇଁ କୀର୍ତ୍ତନ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ।ମାତ୍ର ଏପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳିପାରିନାହିଁ ।ତାଛଡା ସେହି ଗ୍ରାମର ଲୋକମାନେ କୌଣସି ସରକାରୀ ଯୋଜନାର ସୁଫଳ ପାଆନ୍ତି ନାହିଁ । କାରଣ ସେ ଗ୍ରାମକୁ ଯିବାପାଇଁ ଖାଲ ଖମା ମାଟି ରାସ୍ତା ସହିତ ସାପୁଆ ନାଳ ପାରିହେବାକୁ ପଡିଥାଏ ।

ଏ ନେଇ ଆମେ ସରପଞ୍ଚ ସହ କଥା ହେବାରୁ ସେ କୁହନ୍ତି , ମୁଁ ଏ ନେଇ ବ୍ଳକ ଅଫିସରେ ଏକ ପତ୍ର ଦେଇଛି , ବ୍ଳକ୍ ରେ ତାହା କାର୍ଯ୍ୟକାରୀ କରୁନାହଁ।ନ୍ତି ।

ପୁଣି ଟିକିଏ ବର୍ଷା ହେଲେ ଚିକିଟା ମାଟିରେ ସାଇକେଲ ଯିବା ମଧ୍ୟ କଷ୍ଟକର l ତେଣୁ ସେ ଗ୍ରାମରେ କୌଣସି ସରକାରୀ କର୍ମଚାରୀଙ୍କର ପାଦ ପଡ଼େନାହିଁ l ତୁରନ୍ତ ସେହି ଗ୍ରାମକୁ ପକ୍କା ରାସ୍ତା ଏବଂ ବୁଲୁଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି l

new life
You might also like
error: Content is protected !!