News
lipub
samparksetu

‘ମାତୃତ୍ବ’

ମାତୃତ୍ବ…….

କିଛି ଲୁଚିଯାଇଛି
ଅଫିସ୍ ର ଗହଳି ଚହଳି ରେ
ଦାରିଦ୍ର୍ଯ ର ଚଦର ତଳେ
ରାତ୍ରି ର ଅନ୍ଧକାର ମଧ୍ଯରେ
ପରିତ୍ଯକ୍ତ, ନିଷ୍ପାପ ଶିଶୁର
କୁଆଁ କୁଆଁ କାନ୍ଦରେ।

କିଛି ବି ଚାପିହୋଇଯାଉଛି
ବିକଶିତ ହେବାରେ
ଲେପି ହୋଇଯାଉଛି
ଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ରେ
ଆତଙ୍କିତ ଏ ମାତୃତ୍ବ
ଅବାଞ୍ଛିତ ଆଶଙ୍କା ରେ।

କିଛି ବି ଅବହେଳିତ
ଅତ୍ଯାଚାରିତ, ଶୋଷିତ
କଥା ସ୍ଫୁରେ ନାହିଁ
ସାହାସ ସଙ୍କୁଚିତ।

କିଛିବି ଗଡୁଛି ରାଜରାସ୍ତା ରେ
ନ୍ଯାୟ ପାଇଁ ପୋଲିସ ପାଖରେ
ଆଶ୍ରୟ ନେଇଛି ବୃଦ୍ଧାଶ୍ରମରେ।

ମାତୃତ୍ବ ଅଛି…….

ଲୁଚିରହିଛି ପଣତକାନି ରେ
ପାଠ ପଢିବାର ଆକଟ ରେ
ତୁଳସୀ ଚଉରା ରେ ଜଳୁଥିବା ସଳିତା ରେ
ଗ୍ରାମଦେବତୀ ଙ୍କ ଠାରେ ଶୁଭ ମନାସ ରେ
ବୁଢୀ ଅସୁରୁଣୀ ଗପରେ।

new life
You might also like
error: Content is protected !!