News
lipub
samparksetu

ପରିଣତ ବୟସରେ ଭତ୍ତା କୁ ଅନେଇ ବସିଛନ୍ତି ଟାଙ୍ଗୁରୁ ମଉସା

ବୟସ୍କଙ୍କ ସହାୟତା ନିମନ୍ତେ ସରକାର ଭତ୍ତା ଯୋଗାଇ ଦେଉଛନ୍ତି ହେଲେ ସଠିକ୍ ସମୟରେ ଭତ୍ତା ଏମାନେ ପାଇ ପାରନ୍ତି ନାହିଁ। ବୟସ ଷାଠିଏ ପାର ହେବା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏମାନଙ୍କୁ ସହାୟତା ଯୋଗାଇ ଦେବା ପରିବର୍ତେ ଦରଖାସ୍ତ ଦାଖଲ ପାଇଁ ସର୍ତ୍ତାବଳୀ ରହିଛି। ଯଦି ଏହି ବୟସ୍କ ସକ୍ଷମ ଥାଆନ୍ତି ତ କିଛି ଅସୁବିଧା ନାହିଁ କିନ୍ତୁ ଦରଖାସ୍ତ ଦେଲା ପରେ ବି ଅନେକ ଭତ୍ତା ସଠିକ ସମୟରେ ପାଇ ପାରୁ ନାହାଁନ୍ତି।

ହିନ୍ଦୋଳ ବ୍ଲକ କୁକୁଟା ପଞ୍ଚାୟତର କୁକୁଟା ଗାଁ ର ଟାଙ୍ଗୁରୁ ନାଏକ, ବୟସ ଷାଠିଏ ପାର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତାଙ୍କୁ ୬୫ ଉପରେ ହେବ କିନ୍ତୁ ଭୋଟର ପରିଚୟପତ୍ରରେ ୬୧ ଅଛି। ଗରିବ ଶ୍ରେଣୀର ଟାଙ୍ଗୁରୁଙ୍କର ନା ଅଛି ଘର ନା ସେ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା! ଏ ବୟସରେ ବି ପେଟ ଚାଖଣ୍ଡକ ପାଇଁ ସଂଘର୍ଷ କରୁଛନ୍ତି। ଭତ୍ତା ପାଇଁ ପୂର୍ବରୁ ଦରଖାସ୍ତ କରିଥିଲେ ବୋଲି ସେ କହିଛନ୍ତି ହେଲେ ନମିଳିବାରୁ ଆମ ସହ ଯୋଗାଯୋଗ କରିଛନ୍ତି। ପ୍ରଶାସନକୁ ଅନୁରୋଧ ବୃଦ୍ଧଙ୍କୁ ତୁରନ୍ତ ଭତ୍ତା ଯୋଗାଇବା ସହ ଘର ଖଣ୍ଡିଏ ଦେବାକୁ।

new life
You might also like
error: Content is protected !!