ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଗଣେଶ ପୂଜା ଶେଷ ହୋଇଥିବା ବେଳେ ଆସିଛି ଦଶହରା ,ପରେ ଆସିବ ଲକ୍ଷ୍ମୀପୂଜା । ଏଥି ପାଇଁ ଆରମ୍ଭ ହୋଇଗଲାଣି ସାହସଜ୍ଜା । ଲକ୍ଷ୍ମୀ ପୂଜା ଆସିଲେ ଢେଙ୍କାନାଳ କଥା ମନେପଡେ , କାହିଁକିନା ଏଠାରେ ଖୁବ ଧୂମଧାମରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଲକ୍ଷ୍ମୀପୂଜା ।
୧୯୫୮ ମସିହାରେ ପୂଜା ଆରମ୍ଭ କରିଥିବା ମା’ ସୁନ୍ଦରସୁଣି ମାତୃ ଆସ୍ଥାନ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ତଥା କଲେଜ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ଚଳିତ ବର୍ଷ ୬୭ତମ ଲକ୍ଷ୍ମୀ ପୂଜା ପାଳନ କରିବାକୁ ଯାଉଛି । ଢେଙ୍କାନାଳର ଅନ୍ୟ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଭଳି ଏହି ପୂଜା ପ୍ରତିଷ୍ଠାନର ମଧ୍ୟ ସ୍ଵତନ୍ତ୍ର ମାନ୍ୟତା ରହି ଆସିଛି । ପ୍ରତି ବର୍ଷ ଭଳିକି ଭଳି ତୋରଣ ଆଉ ସାଜସଜ୍ଜା ପାଇଁ ଏହି ପ୍ରତିଷ୍ଠାନ ସ୍ୱତନ୍ତ୍ରତା ରହି ଆସିଛି । ମୂଲ୍ୟବାନ କପଡା ଏବଂ ସୁଉଚ୍ଚ ବିଦ୍ୟୁତ ତୋରଣକୁ ବାଦ୍ ଦେଇ ଅଦରକାରୀ ଜିନିଷକୁ ପୁନଃ ବ୍ୟବହାର କରି କିଭଳି ସୁନ୍ଦର ସାଜସଜ୍ଜା କରିହେବ ଏହାକୁ ପ୍ରତିବର୍ଷ ଗୁରୁତ୍ୱ ଦେଇଥାନ୍ତି ଏହି ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ।
ଗତବର୍ଷ ଅବ୍ୟବହୃତ ପଲିଥିନକୁ ବ୍ୟବହାର କରି ସୁନ୍ଦର ତୋରଣ ନିର୍ମାଣ ହୋଇଥିବା ବେଳେ ଚଳିତ ବର୍ଷ ପୁରୁଣା ଏବଂ ଅବ୍ୟବହୃତ ଅଖା ବସ୍ତାରେ ତିଆରି ହେଉଛି ତୋରଣ । ତେଲକୋଇରୁ ଆସିଥିବା କୁଶଳୀ କାରିଗର ଏହି ଅବ୍ୟବହୃତ ସାମଗ୍ରୀକୁ ଏକ ଖଣ୍ଡଗିରି ଗୁମ୍ଫାର ରୂପ ଦେବାରେ ଲାଗି ପଡିଛନ୍ତି । ପାର୍ବଣ ବେଳେ ପରିବେଶ ସୁରକ୍ଷାକୁ ନେଇ ଆମ ପୂଜା ପ୍ରତିଷ୍ଠାନ ସବୁବେଳେ ସଜାଗ ଥାଏ । ତେଣୁ ପ୍ରତିବର୍ଷ କିଛି ନୂଆ ଥିମ୍ ରେ ତୋରଣ ତିଆରି ହେଉଥିବା ବେଳେ ଏଥିରେ ଅଦରକାରୀ ବର୍ଜ୍ୟବସ୍ତକୁ ଆମେ ବ୍ୟବହାର କରିଥାଉ ବୋଲି କହିଛନ୍ତି, ପୂଜା ପ୍ରତିଷ୍ଠାନର ପ୍ରେସିଡେଣ୍ଟ, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମିଶ୍ର ।
ଅନ୍ୟପଟେ, ଗତବର୍ଷ ବାତ୍ୟା ଆଶଙ୍କାରେ ପୁଜା ଅଧାରେ ବନ୍ଦ୍ ହୋଇଯାଇଥିଲା ତେଣୁ ଚଳିତ ବର୍ଷ ଭଲରେ ଭଲରେ ହେଉ ବୋଲି ଆଶା ବାନ୍ଧିଛନ୍ତି ସେକ୍ରେଟାରୀ ମୁସ୍ତାକ ଆବିଦ ।
