News
lipub
samparksetu

ଢେଙ୍କାନାଳରେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ଆପ୍ ର ଜିଲ୍ଲା କାର୍ଯ୍ୟାଳୟ କଚେରୀ ରୋଡ଼, ମହାବୀର ବଜ଼ାର ଠାରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଡ଼ ଅଜୟ ପତିଙ୍କ କର କମଳରେ ଉଦଘାଟିତ ହୋଇଯାଇଛି l ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅବସର ପ୍ରାପ୍ତ ପ୍ରଫେସର ବିଶ୍ୱନାଥ ମହାପାତ୍ର, ଇଂ ସୁଚିତ୍ରା ସାହୁ ଏବଂ ବିରଜା ପଟ୍ଟନାୟକ ପ୍ରମୁଖ ଆପ୍ ରେ ଯୋଗ ଦେଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ କହିଥିଲେ ଜନ ସାଧାରଣଙ୍କ ସମସ୍ୟା ଗୁଡିକ ପ୍ରତ୍ୟେକ ଦିନ ପାର୍ଟି କାର୍ଯ୍ୟାଳୟରେ ଆଲୋଚନା କରି ସମାଧାନ କରାଯିବାପାଇଁ ବ୍ୟବସ୍ଥା କରାଯାଇଛି l

ଏହି କାର୍ଯ୍ୟକ୍ରମରେ ଓଡାପଡ଼ା ବ୍ଲକ ଆବାହକ ରମେଶ ପଣ୍ଡା, ସହ- ଆବାହକ ଲକ୍ଷ୍ମଣ ନାଏକ, ମହିଳା ନେତ୍ରୀ ସନ୍ଧ୍ୟାରାଣୀ ସାହୁ, ବିନି ପଲେଇ ଡମ୍ବରୁଧର ନାଏକ, ସନାତନ ନାଏକ, ବିନୟ ସାହୁ, ମଙ୍ଗୁଳି ବେହେରା, କାମାକ୍ଷା ବେହେରା, ଦେବାନନ୍ଦ ହୋତା, ସନ୍ତୋଷ ସେଠି, ସନ୍ତୋଷ ସାହୁ, ବ୍ରଜବନ୍ଧୁ ସେଠି, ନିର୍ମଳ ମହାପାତ୍ର, ହେମନ୍ତ ଧଳ, ପ୍ରଭାତ ବେହେରା, ସୁଧନ୍ୟ ନାଏକ, ପ୍ରସନ୍ନ ତ୍ରିପାଠୀ, ପ୍ରଭାତ ମହାପାତ୍ର, ବିଭୂରଞ୍ଜନ ସାହୁ ଜିତୁ ଜେନା ପ୍ରମୁଖ ପଚାଶ ରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ l ଶେଷରେ ଯୁବ ସାଥି ସୁମନ୍ତ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ l

new life
You might also like
error: Content is protected !!