News
lipub
samparksetu

ମହିମା ମହାବିଦ୍ୟାଳୟରେ ବୃତ୍ତିଗତ କାର୍ଯ୍ୟକ୍ରମ

ଗଁଦିଆ ବ୍ଳକ୍ ବ୍ଲକ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ପ୍ରକୋଷ୍ଠ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସଦାନନ୍ଦ ମିଶ୍ର ଙ୍କ ସଭାପତିତ୍ବ ରେ କରୋନା କାଳରେ ବୃତ୍ତି ଶୀର୍ଷକ ବୃତ୍ତିଗତ ପରାମର୍ଶ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବୃତ୍ତିଗତ ପରାମର୍ଶ ପ୍ରକୋଷ୍ଠର ସଂଯୋଜକ ତଥା ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼ ଆଇ ଶିବଶଙ୍କର ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l

ଏହି ବୈଠକରେ ସହ ସଂଯୋଜକ ଜ୍ୟୋତିରଞ୍ଜନ ଦଳାଇ କରୋନା କାଳରେ ବୃତ୍ତି ଉପରେ କମ୍ପୁଟର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ତଥ୍ୟ ଭିତିକ ଉପସ୍ଥାପନା କରିଥିଲେ l ଅଭ୍ୟନ୍ତରୀଣ ଗୁଣବତ୍ତା କମିଟିର ସଂଯୋଜକ ତଥା ଇଂରାଜୀ ବିଭାଗର ମୁଖ୍ୟ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସ୍ୱାଇଁ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ର ପରିଚାଳନାରେ ଅଧ୍ୟାପକ କାଳନ୍ଦୀ ଚରଣ ପଣ୍ଡା ଓ କର୍ମଚାରୀ କରୁଣାକର ସ୍ୱାଇଁ ସହଯୋଗ କରିଥିଲେ l
[

new life
You might also like
error: Content is protected !!