News
lipub
samparksetu

ଆବାସିକ କଲେଜ ବନିଲା ସୁପର ସ୍ପ୍ରେଡର ; ଆଉ ବାହାରିଲେ ୧୬ ପଜିଟିଭ ,ମୋଟ ୫୩ ଛାତ୍ରଛାତ୍ରୀ ସଂକ୍ରମିତ

ଢେଙ୍କାନାଳ ରେ କୋଭିଡ ଗାଇଡ ଲାଇନ ର ଖୋଲାଖୋଲି ଉଲଂଘନ। ଖୋଲା ଖୋଲି ଭାବରେ କୋଭିଡ ଗାଇଡ ଲାଇନ କୁ ଫୁ କରିଦେଲା ବେସରକାରୀ ମହାବିଦ୍ୟାଳୟ । ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ।

ଢେଙ୍କାନାଳ ପୌର ପରିଷଦ ୨ନଂ ୱ।ର୍ଡ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୩୩ ଜଣ କରୋନା ପଜିଟିଭ ଗତ କାଲି ରାତିରୁ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬ ପିଲାଙ୍କର ପଜିଟିଭ ଚିହ୍ନଟ ହୋଇଛି। ପ୍ରଥମେ ୨୯ ନଭେମ୍ବରରେ ଏହି ମହାବିଦ୍ୟାଳୟର ଚାରିଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।ତେବେ କଲେଜରେ ପଢ଼ୁଥିବା ମୋଟ ୫୩ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଜଣାପଡ଼ିଛି ।ଯାହାକୁ ନେଇ ସାରା ସହରାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସାରକୃପା ଆବାସିକ କଲେଜରୁ ୨୬୦ ଜଣ ଛାତ୍ରଛାତ୍ରୀ ଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ,ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଜଣ ଦ୍ଵିତୀୟ ପର୍ଯ୍ୟାୟରେ ୩୩ ଛାତ୍ରଛାତ୍ରୀ ଏବଂ ତୃତୀୟ ପର୍ଯ୍ୟାଳୟରେ ୧୬ ଜଣ ମୋଟ ୫୩ ଜଣ ଆକ୍ରାନ୍ତ ଥିବା ଜଣା ପଡିଛି
। ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଡିସେମ୍ବର ୧୦ ରାତି ପର୍ଯ୍ୟନ୍ତ ସମସ୍ତକୁଞ୍ଜକାନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପ୍ରଶାସକ ପକ୍ଷରୁ ପୌର ନିବାହୀ ଅଧିକାରୀ ଓ ଏକ ସ୍ଵତନ୍ତ୍ର କୋଭିଡ଼ ଟିମ୍ ପହଞ୍ଚି କଲେଜ କୁ ଆଜି ସକାଳେ ସିଲ କରିଥିଲେ ।

ବଡ଼କଥା ହେଉଛି କଲେଜ କର୍ତ୍ତୃପକ୍ଷ ସମସ୍ତ ଆକ୍ରାନ୍ତ ପିଲା ଏବଂ ଅନ୍ୟସମସ୍ତ ପିଲା ମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବାରୁ । ଆକ୍ରାନ୍ତ ସଂଖ୍ୟା ବଢିବା ଅଶଙ୍କା କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଭୟଭିତ ହୋଇ ପଡିଛନ୍ତି । ପ୍ରଶାସନ ପକ୍ଷରୁ କଲେଜ କର୍ତ୍ତୃପକ୍ଷ ଏବଂ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାୟ ନୋଟିସ ଜାରି କରାଯାଇଛି । ଉତ୍ତର ସନ୍ତୋଷ ଜନକ ନହେଲେ କୋଭିଡ଼ ନିୟମ ଅନୁଯାଇ କାର୍ଯ୍ୟାନୁ ଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପାଳ ସୂଚନା ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!