News
lipub
samparksetu

ଭୁବନ ପୋଲିସ ହାତରେ ବଡ଼ ସଫଲତା

ଅନେକ ଦିନ ପରେ ଭୁବନ ପୋଲିସକୁ ଲାଗିଛି ବଡ଼ ସଫଳତା। ସ୍ଥାନୀୟ ତହସିଲ ଓ ଜଙ୍ଗଲ ବିଭାଗ ଶୋଇ ପଡ଼ିଥିବାରୁ ଖଣି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପଲିଟିଥିଲା।

ତେବେ ନୂତନ ଭାବେ ଭୁବନ ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କ ହାତରେ ଗତକାଲି ରାତିରେ ତିନୋଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଚୋରା ମାଙ୍କଡ଼ା ପଥର ନେଇ ଯାଉଥିବା ସମୟରେ ଧରାପଡିଛି।

ସୂଚନା ମୁତାବକ ଭୁବନ ତହସିଲ ଅନ୍ତର୍ଗତ ବାଲିବୋ ଓ ଅଁଳାଝରୀ ରାଜସ୍ବ ମୌଜା ଅଞ୍ଚଳରେ ଅନେକ ବର୍ଷ ହେଲା ଚୋରାରେ ପଥର ଖଣି ମାଫିଆଙ୍କ ଦ୍ବାରା ଖନନ ହେଉଥିଲା। ଯାହା ଦ୍ଵାରା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଦଶ ବର୍ଷ ପୂର୍ବରୁ ଏହି ଖଣି ସବୁ ନିଲାମ ହେଉଥିଲା ବେଳେ ଏବେ ଖଣି ମାଫିଆ ଓ ତହସିଲ କର୍ମଚାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏହା ସମ୍ଭବ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

ତହସିଲ ବା ପୋଲିସ ପ୍ରଶାସନ କିଛି ଦିନ ଏହି ପରି ଚଢ଼ାଉ କଲାପରେ ଟଙ୍କା ଖାଇ ଚୁପ୍ ଚାପ୍ ବସି ଯାଉଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି। ଜବତ ଗାଡ଼ି ବର୍ତ୍ତମାନ ଭୁବନ ଥାନା ପରିସରରେ ଥିବା ବେଳେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

new life
You might also like
error: Content is protected !!