News
lipub
samparksetu

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଦୁଷ୍କର୍ମ ଅଭିଯୋଗ !

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ସମ୍ପକୀୟ ୬୫ ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ବ୍ୟକ୍ତି ରୋଗୀଙ୍କ ସମ୍ପର୍କୀୟ ବୃଦ୍ଧାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ପୋଖରୀ ନିକଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ସମ୍ପର୍କରେ ଡାକ୍ତରଖାନା କତ୍ତୃପକ୍ଷ ଢେଙ୍କାନାଳ ଟାଉନ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ସନ୍ଦେହରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବୃଦ୍ଧା ଜଣଙ୍କ ଗଁଦିଆ ଅଞ୍ଚଳର ବୋଲି ସୂଚନା ।

new life
You might also like
error: Content is protected !!