ପୂର୍ବତଟ ରେଲୱେର ଢେ଼ଙ୍କାନାଳ ରେଲୱେ ଷ୍ଟେସନରେ ନୂତନ ଷ୍ଟେସନ ପ୍ରଵନ୍ଧକ ଭାବେ ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ଗତ ୧୦ ସେପ୍ଟେମ୍ବରକୁ ପଦଭାର ଗ୍ରହଣ କରିଛନ୍ତି | ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ଢେ଼ଙ୍କାନାଳ ଷ୍ଟେସନରେ ଷ୍ଟେସନ ପ୍ରଵନ୍ଧକ ଭାବେ ଯୋଗ ଦେଵା ପୁର୍ବରୁ ପୂର୍ବତଟ ରେଲୱେର ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ତାଳଚେର ଓ ମେରାମୁଣ୍ଡଳୀ ସହିତ ବିଭିନ୍ନ ଫ୍ରେଟ ଅର୍ନିଂଗ ଷ୍ଟେସନରେ ଷ୍ଟେସନ ପ୍ରଵନ୍ଧକ ଓ ମୁଖ୍ଯ ଯାତାୟାତ ନିରିକ୍ଷକ (ମୁଭମେଣ୍ଟ) ଭାବେ କାର୍ଯ୍ୟ କରି ସଫଳତା ପୂର୍ବକ ଦାୟିତ୍ୱ ନିର୍ବାହ କରିଛନ୍ତି |
ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ପୂର୍ବତଟ ରେଲୱେ ଶ୍ରମିକ ସଂଗଠନରେ କେନ୍ଦ୍ରୀୟ ପଦାଧିକାରୀ ଭାବେ ସଂଯୁକ୍ତ ମହାମନ୍ତ୍ରୀ ପଦରେ ରହି ରେଲୱେ ଶ୍ରମିକ ମାନଙ୍କର କଲ୍ୟାଣ ନିମନ୍ତେ ବି କାର୍ଯ୍ୟ କରନ୍ତି | ଏହି ଅବସରରେ ଢେ଼ଙ୍କାନାଳ ଷ୍ଟେସନର ଷ୍ଟେସନ ଅଧିକ୍ଷକ ନିର୍ମଳ କୁମାର ସାହୁ, ବଂଶୀଧର ପ୍ରଧାନ, ଲୋକୋ ପାଇଲଟ ମନୋଜ କୁମାର ପରିଡା ସହିତ ବହୁ ସଂଖ୍ଯାରେ ଢେ଼ଙ୍କାନାଳ ରେଲୱେ ଷ୍ଟେସନର ବିଭିନ୍ନ ଡିପାର୍ଟମେଣ୍ଟର ରେଲୱେ କର୍ମଚାରୀ ଯୋଗ ଦେଇ ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।
