ଭୁବନ ଥାନା ଅଚଂଳରେ ଦିନକୁ ଦିନ ଚୋରୀ ରାହାଜାନୀ ବୃଦ୍ଧି ପାଉଥିବାର ଦେଖାଦେଇଛି । ବୁଧବାର ଭୋର ସମୟରେ ପୃଷ୍ଟିପାଟଣା ପେଣ୍ଠସାହିରୁ ବିଧେଶ୍ୱର ରାସ୍ତାରେ ମର୍ଣ୍ଣିଙ୍ଗ ୱାକ ଯାଇଫେରୁଥିବା ବେଳେ ଜଣେ ବୃଦ୍ଧା ମହିଳାଙ୍କ ବେକରୁ ଲକ୍ଷେ ଟଙ୍କାର ଏକ ସୁନାହାରକୁ ଜଣେ ଦୁର୍ବୃତ୍ତ ଛିଡାଇ ନେଇଥିବାର ଭୁବନ ଥାନାରେ ଅଭିଯୋଗ ହୋଇଛି ।
ଖବର ନେବାରେ ଜଣାଯାଏଯେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ୱାର୍ଡ ନଂ ୧୨ ଗାଦି ସାହି ବାସିନ୍ଦା ପିତବାସ ସାଥୁଆ ମହାପାତ୍ରଙ୍କ ପତ୍ନୀ ସୁଲୋଚନା ସାଥୁଆ ମହାପାତ୍ର (୬୭) ସବୁ ଦିନ ପରି ବୁଧବାରଦିନ ସକାଳ ପ୍ରାୟ ୪ଟା ସମୟରେ ଘରୁ ବାହାରି ମର୍ଣ୍ଣିଙ୍ଗ ୱାକ ରେ ଯାଇଥିଲେ । ବୁଦ୍ଧେଶ୍ୱର ମନ୍ଦିରରୁ ଫେରିବା ସମୟରେ ବନମାଳୀ ସାହୁଙ୍କ ରାଇସି ହଲର ସମୁଖରେ କଳା ପୋଷାକ ପିନ୍ଧି ଜଗିବସିଥିବା ଜଣେ ଯୁବକ ହଠାତ ଧକ୍କା ମାରି ତଳେ ପକାଇ ଦେଇ ସୁନା ହାରଟିକୁ ଛଡାଇ ନେଇଥିବା ଥାନାରେ ଲିଖିତ ଏତଲା ଦିଆଯାଇଛି ।
