News
lipub
samparksetu

ସଦର ରେଞ୍ଜ୍ ଗହମଖୁଣ୍ଟି ଗ୍ରାମରେ ହାତୀ ଆକ୍ରମଣ, ଜୀବନ ହାରିଲେ ଚାଷୀ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଭଗବାନପୁର ବିଟ୍ ଅନ୍ତର୍ଗତ ଗହମଖୁଣ୍ଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଚାଷୀ ହାତୀ ଆକ୍ରମଣର ଶିକାର ହୋଇଛନ୍ତି, ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗହମଖୁଣ୍ଟି ଗ୍ରାମର ବ୍ରମ୍ହାନନ୍ଦ ସାହୁ ଙ୍କ ପୁଅ ରମେଶ ସାହୁ ନିଜ ଫସଲ ଜଗି ଥିଲେ ହେଲେ ରାତ୍ରୀ ପ୍ରାୟ ୨.୩୦ ରେ ଗୋଟିଏ ଦନ୍ତାହାତୀ ଫସଲ ନଷ୍ଟ କରୁଥିବାର ଦେଖିବାକୁ ପାଇ ରମେଶ ତାକୁ ଘଉଡ଼ାଇବା ଯିବା ସମୟରେ ହାତୀଟି ତାଙ୍କୁ ପାଲଟା ଆକ୍ରମଣ କରିଥିଲା, ଫଳରେ ଘଟଣା ସ୍ଥଳରେ ପ୍ରାଣ ହାରିଥିଲେ ସିଏ ।

ଏନେଇ ସକାଳୁ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

new life
You might also like
error: Content is protected !!