News
lipub
samparksetu

ଯୋରନ୍ଦା ରେ ରଥଯାତ୍ରା ପାଇଁ କାଠ ଅନୁକୂଳ

ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ୭ମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀଙ୍କ ପୂଜା ଅବସରରେ ଜଗନ୍ନାଥ ରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନ କରାଯାଇ ଅପରାହ୍ନ ୫ ଘଟିକା ସମୟରେ ରଥଖଳା ରେ ରଥ କାଠକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନ କରାଯାଇଥିଲା।

ପୂଜକ ଅଦୈତ ହୋତା, ରୁଚିର ପାଳ ଓ କ୍ଷେତ୍ରବାସୀ ମିଶ୍ର ପ୍ରମୁଖ ଉପସ୍ଥିତ ଥାଇ ପୂଜାନୀତି ସମ୍ପନ୍ନ କରିଥିଲେ। ବିଶ୍ବକର୍ମା ମଧୁସୂଦନ ରାଉତଙ୍କୁ ପଗଡି ପିନ୍ଧାଯାଇ ଚଳିତ ବର୍ଷର ରଥ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ମୂଖ୍ଯ ମିସ୍ତ୍ରୀ ଶ୍ରୀଯୁକ୍ତ ନାୟକ ନିହଣ ମୁଗୁରରେ ପୂଜାର୍ଚ୍ଚନ ହୋଇଥିବା କାଠକୁ ହାଣି ଅନୁକୂଳ କରିଥିଲେ ।

ଜଗନ୍ନାଥ ମନ୍ଦିର କମିଟି ସଭାପତି ପଞ୍ଚାନନ ସ୍ବାଇଁ, ରଥଯାତ୍ରା କମିଟିର ସଭାପତି ତଥା ଯୋରନ୍ଦା ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ବରିଷ୍ଠ ସଭ୍ଯ ଯୁଧିଷ୍ଠିର ମହାନ୍ତି ପୀତବାସ ରାଉତ, ପ୍ରସନ୍ନ ରାଉତ ଓ ସୁଶାନ୍ତ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

new life
You might also like
error: Content is protected !!