News
lipub
samparksetu

ମାମୁଁ ହେଲା କଂସେଇ ; ୮ବର୍ଷ ର ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ !

ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଥାନା ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ଚଉଦ ନମ୍ବର ୱାର୍ଡର ଚରଣପୁର ଗ୍ରାମରେ ଏକ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।

ଦୂର ସମ୍ପର୍କ ମାମୁଁ ଆଠ ବର୍ଷର ନାବାଳିକା ଭାଣିଜୀକୁ ଶୌଚ ହେବାକୁ ପାଣି ଆଣିଦେବାକୁ ଡାକି ନେଇ ଦୁଷ୍କର୍ମ କରି ପକାଇ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ , ଚରଣପୁର ଗ୍ରାମର ରଞ୍ଜୟ ସାହୁଙ୍କ ଆଠବର୍ଷର ନାବାଳିକା ଝିଅ ଘର ପାଖରେ ଥିବା ନଳକୂପରେ ଗାଧାଉଥିବା ସମୟରେ କଟକ ଜିଲ୍ଲା ନରସିଂହପୁର ସ୍ଥିତ ଭୁଷୁକା ଗ୍ରାମର ହାଡ଼ି ସାହୁ ତାଙ୍କୁ ଶୌଚ ପାଇଁ ପାଣି ଆଣିବାକୁ ଡାକିଥିଲେ ,ଝିଅ ପାଣି ଆଣି ଆସିବା ବେଳେ କୈଳାସ ସାହୁ ଏକୁଟିଆ ପାଇ ଜୋରଜବର ଦସ୍ତ ଦୁଷ୍କର୍ମ କରି ଆଚେତ ଅବସ୍ଥାରେ ପକାଇ ଛାଡି ପଳାଇଯାଉଥିବା ସମୟରେ ସ୍ଥାନୀୟ ଲୋକ କାବୁକରି ଥିଲେ । ସଂପର୍କରେ ଦୁହେଁ ମାମୁଁ ବଣିଜୀ ବୋଲି ସୂଚନା ମିଳିଛି ।

ସ୍ଥାନୀୟ ଲୋକ ନିର୍ଧୁମ ଛେଚିବା ପରେ ହିନ୍ଦୋଳ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏପଟେ ନାବାଳିକା କନ୍ୟାର ଅବସ୍ଥା ଅଧିକ ଗୁରୁତ୍ତର ହେବାରୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି ।

ଏଭଳି ଆସାମୀ କୁ ଫାଶୀ ଦଣ୍ଡ ଦିଆ ଯାଉ ବୋଲି ଝିଅର ମା ଓ ପରିବାର ଲୋକ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!