News
lipub
samparksetu

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଟାଟା ଗ୍ରୁପର ପ୍ରତିଷ୍ଠାତା ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ପ୍ଳାଣ୍ଟ ପରିସରରେ ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ନସେରୱାନଜୀ ଟାଟାଙ୍କ ୧୮୨ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି।

କମ୍ପାନୀର ମୂଖ୍ଯ ମାନବ ସମ୍ବଳ ଅଧିକାରୀ ଶ୍ରୀ ସନ୍ଦିପ ଧରଙ୍କ ନେତୃତ୍ବରେ କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଭାରତୀୟ ଶିଳ୍ପର ଜନକ ଭାବରେ ବିବେଚିତ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଜାମସେଦଜୀ ନସେରୱାନଜୀ ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଏହି ଅବସରରେ କମ୍ପାନୀର କର୍ମଚାରୀଙ୍କ ମଧ୍ଯରେ ଆୟୋଜିତ ହୋଇଥିବା କ୍ରିକେଟ ଏବଂ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବିଜେତାମାନଙ୍କୁ ମଧ୍ଯ ପୁରସ୍କୃତ କରାଯାଇଛି ।ଏହି ବର୍ଷ ଜାମସେଦଜିଙ୍କ ଜନ୍ମ ବାର୍ଷିକରେ ଥିମ୍ ଭାବରେ “ଏକ ସ୍ଥାୟୀ ଆସନ୍ତାକାଲି ପାଇଁ ଆଜି ଆମେ ସଜାଗ ହେବା “ବିଷୟ ରହିଥିଲା। କୋଭିଡ-୧୯ କୁ ଦୃଷ୍ଟିରେ ରଖି ଏବର୍ଷ କାର୍ଯ୍ୟକ୍ରମକୁ ଅଳ୍ପରେ ସୀମିତ ରଖାଯାଇଥିଲା ।

new life
You might also like
error: Content is protected !!