News
lipub
samparksetu

ଗୋଲେଇ ଛକ ନିର୍ମାଣ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !

ଢେଙ୍କାନାଳ ସହରକୁ ମହିଷାପାଟ ଦେଇ ଆସିଥିବା ସଂଯୋଗୀକରଣ ରାସ୍ତା ଏବେ ପାଲଟିଛି ଦୁର୍ଘଟଣା ପ୍ରବଣ ସ୍ଥାନ । ପ୍ରତିଦିନ ଘଟୁଛି ନାହିଁନଥିବାର ଦୁର୍ଘଟଣା । ସମ୍ପୃକ୍ତ ସଂଯୋଗୀ କରଣ ରାସ୍ତା ଉପରେ ନିର୍ଭର କରନ୍ତି ଅନ୍ୟୁନ୍ୟ ୪ ପଞ୍ଚାୟତ ଏବଂ ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ବାସିନ୍ଦା । ଅନ୍ୟପଟେ ଏହା ଢେଙ୍କାନାଳ ରୁ କଟକ ଭୁବନେଶ୍ୱର କୁ ସଂଯୋଗ କରୁଥିବାରୁ ପ୍ରତିଦିନ ଏହି ରାସ୍ତା ଭିଡ଼ ଲାଗିରହିଥାଏ ।

ତେବେ ସେହି ସଂଯୋଗୀରାସ୍ତାଟି ଏବେ ସାଜିଛି ଦୁର୍ଘଟଣା ପ୍ରବଣ ସ୍ଥାନ ଏହାକୁ ଏଡାଇବାକୁ ସେଠାରେ ଏକ ରାସ୍ତା ସ୍ଥଳରେ ଥିବା ଏକ ଗୋଲେଇ ନିର୍ମାଣ ଦାବି ନେଇ ସମସ୍ତ ଅଧିକାରୀ ଙ୍କ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ସ୍ଥାନୀୟ ବାସିନ୍ଦା ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଯଦି ଏହାର ତୁରନ୍ତ ଏବଂ ସ୍ଥାୟୀ ସମାଧାନ କରାନଯାଏ ଆଗକୁ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ ରେ ବସିବେ ବୋଲି ମଧ୍ୟ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ।

new life
You might also like
error: Content is protected !!