ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଜୁନିୟର ମହାବିଦ୍ୟାଳୟ ଠାରେ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ କଙ୍କଡାହାଡ ବ୍ଲକର ୨୧ ଟି ପଞ୍ଚାୟତ ରେ ଥିବା ଦିବ୍ୟାଙ୍ଗ ମାନେ ଯୋଗଦେଇଥିଲେ। ବିଡିଓ ଖଗେଶ୍ବର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭିବେ ଉଦଘାଟନ କରିଥିଲେ।
ଅନ୍ୟାନ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଓ କଙ୍କଡାହାଡ ଥାନା ଅଧିକାରୀ ଉପସ୍ଥିତ ଥିଲେ। ବିଡିଓ ଓ ବ୍ଲକ ଅଧକ୍ଷ ଶିବିର ବୁଲିବା ସହ କିପରି ଭାବରେ ଭିନ୍ନକ୍ଷମ ମାନେ ପଞ୍ଜିକରଣ କରିବେ ସେନେଇ ସମିକ୍ଷା କରିଥିଲେ। ସମସ୍ତ ବିଭାଗର ଡାକ୍ତର ଓ ତାଙ୍କର ଟିମ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ପରିକ୍ଷ କରାଇବା ସହ କିପରି ତୁରନ୍ତ ସାର୍ଟିଫିକେଟ ମିଳି ପାରିବ ସେନେଇ ବିଡିଓ ତଦାରଖ କରିଥିଲେ । ଭିନ୍ନକ୍ଷମ ମାନେ ସାଟିଫିକେଟ ପାଇବା ପରେ ସରକାରଙ୍କର ଭିନ୍ନକ୍ଷମ ଙ୍କ ପାଇିଁ ଥିବା ଯୋଜନା ରେ ତୁରନ୍ତ ସାମିଲ କରାଯିବା ନେଇ ବ୍ଳକ ଅଧ୍ୟକ୍ଷ ସୁଚନା ଦେଇଛନ୍ତି।
