ଢେଙ୍କାନାଳ ଜିଲ୍ଲା ପଣ୍ଡୁଆ ସୋଗର ରାସ୍ତାରେ କାଲି ସନ୍ଧ୍ୟା ରେ ଏକ ଦନ୍ତା ହାତୀ ଆକ୍ରମଣରେ ବାପ,ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାପା ପୁଅ ହେଲେ ସୋଗର ଗ୍ରାମର ସୁଦର୍ଶନ ମଲ୍ଲିକ (୪୦) ଓ ତାଙ୍କର ପୁଅ ସୁବ୍ରତ ମଲ୍ଲିକ (୯) ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ କି, କାଲି ସନ୍ଧ୍ୟାରେ ସୁଦର୍ଶନ ତାଙ୍କ ପୁଅକୁ ସାଇକେଲ ଯୋଗେ ନିଜ ଗାଁକୁ ଫେରୁଥିଲେ , ତେବେ ସୋଗର ରାସ୍ତାରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ।
ହାତୀଟି ତାଙ୍କ ସାଇକେଲ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା , ତାଙ୍କୁ ସ୍ଥାନୀୟ ଲୋକ ରାସ୍ତାରେ ପଡିଥିବା ଦେଖି , ଆମ୍ବୁଲାନ୍ସ ରେ ଅଁଳାବେରେଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା , ପରେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।
