News
lipub
samparksetu

ଘୋଷଣା ହେଲା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଫଳାଫଳ, ସଭାପତି ପଦ ବଜାୟ ରଖିଲେ ସଞ୍ଜୟ କୁମାର ମିଶ୍ର

ସମସ୍ତ କୋଭିଡ୍ ନିୟମ ମାନି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି । ଏବଂ ବିଜୟୀ ଙ୍କ ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପତିତପାବନ ମହାପାତ୍ର ।

ତେବେ ସଞ୍ଜୟ କୁମାର ମିଶ୍ର ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ କୁମାର ପାଢୀ ଉପସଭାପତି ଏବଂ ସମ୍ପାଫାକ ଭାବେ ଟଙ୍କଧର ବେହେରା ନିଜ ପଦ ବଜାୟ ରଖିଛନ୍ତି । ଅନ୍ୟପଟେ ସହସମ୍ପାଦକ ଭାବେ ପ୍ରଶାନ୍ତ କୁମାର ସାହୁ ବିଜୟୀ ହୋଇଥିବା ବେଳେ ରାଜେନ୍ଦ୍ରନାରାୟଣ ରାଉତ ନିର୍ଦ୍ଵନ୍ଦରେ କୋଷାଧ୍ୟକ୍ଷ ଭାବେ ବିଜୟ ଲାଭ କରିଛନ୍ତି ।

ଅନ୍ୟପଟେ କାର୍ଯ୍ୟକାରୀ ସଦସ୍ୟ ଭାବେ, ବ୍ରହ୍ମାନନ୍ଦ ରାଉତ, ଚିତରଞ୍ଜନ ବେହେରା ଓ ପୁଷ୍ପକ ତ୍ରିପାଠୀ ବିଜୟ ଲାଭ କରିଛନ୍ତି ।

new life
You might also like
error: Content is protected !!