News
lipub
samparksetu

ଛଅ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ !

ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଜିଲ୍ଲା ଅବକାରୀ ଟିମ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାର ଅଞ୍ଚଳରେ ଚଢାଉ କରିଥିଲେ।

ଚଢାଉ ସମୟରେ ଛଅ ଗ୍ରାମ ବ୍ରାଉନ ସୁଗାର୍ ସହିତ ବିକ୍ରୀକରି ରଖିଥିବା ୩୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।ଗିରଫ ବ୍ୟକ୍ତି ହେଉଛନ୍ତି ଅନନ୍ତ କୁମାର ସାହୁ ଓରଫ ଅନୁ।

ଏନଡିପିଏସ ଅଧିନିୟମ ୨୧(ବି)ଅନୁସାରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ କୋର୍ଟକୁ ପଠାଇଦିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି।

new life
You might also like
error: Content is protected !!