News
lipub
samparksetu

ଗଁଦିଆ ରେ ଆଜି ୮୬ତମ ଉତ୍କଳ ଦିବସ ପାଳିତ

ଗଁଦିଆ ରେ ଆଜି ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ବିଜୟ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ ଯୋଗଦେଇ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରଦୀପପ୍ରଜ ଲନ କରିଥିଲେ ସମ୍ନାନିତ ଅତିଥି ଭାବେ ପୋରୁହଖୋଜ ସରପଞ୍ଚ ସୁଭଦର୍ଶିନୀ ପରିଡା ,ମୁଖ୍ୟବକ୍ତା ଭାବେ ବୁଦ୍ଧଦେବ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ ।

ଅନୁଷ୍ଠାନର ସମ୍ପାଦକ ଅନନ୍ତ ଚରଣ ସତପଥୀ ପ୍ରଥମେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଉପସ୍ଥିତ ଅତିଥି ମାନେ ଆଜିର ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ସେହିପରି ଉକ୍ତ ସଭାରେ ଉପସ୍ଥିତ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ବିପିନ ବିହାରୀ ସିଂହ ଦଣ୍ଡଧର ସାହୁ ମୁରଲୀଧର ରାଉତ ମଳୟ କୁମର ସିଂହ ସୁବ୍ରତ କୁମର ସାହୁ ହରିହର ସାହୁ ରାଘବ ଚନ୍ଦ୍ର ମହାରଣା ବିଦ୍ୟାଧର ସାହୁ ଙ୍କ ସମେତ ଉପସ୍ଥିତ ରହି ଆଜିର ଏହି ଦିବସ ପାଳନ ଉପରେ ସେମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର ସଭ୍ୟ ଅନ୍ତର୍ଯ୍ୟାମୀ ବାରିକ ମଞ୍ଚପରିଚାଳନା କରିଥିଲେ ।

new life
You might also like
error: Content is protected !!