News
lipub
samparksetu

ବାଲେଶ୍ୱର କଲେଜ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ !

ଜଣେ ନାବାଳିକା କଲେଜ ଛାତ୍ରୀର ସନ୍ଦେହଜନକ ମୃତ୍ୟୁକୁ ନେଇ ଢେଙ୍କାନାଳ ସଦର ଥାନା ଓ ବାଲେଶ୍ୱର ଖଇରା ଥାନା ପୁଲିସ ଛାନଭିନ ଆରମ୍ଭ କରିଛନ୍ତି । ଏପରିକି ଛାତ୍ରୀର ମୃତଦେହକୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରୁ ସଦର ଥାନା ପୁଲିସ ଜବତ କରିଥିବାବେଳେ ଏହି ନାବାଳିକାର ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଚିକିତ୍ସାଳୟରେ ଥିବା ସବ ବ୍ୟବଛେଦ ଗୃହରେ ରଖାଯାଇଥିଲା ନାବାଳିକା କଲେଜ ଛାତ୍ରୀଙ୍କର ମୃତଦେହ ।

ଗତ କାଲି ସଦରଥାନା ପୋଲିସ ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ କଲେଜ ଛାତ୍ରୀ ବାଲେଶ୍ଵର ଜିଲ୍ଲା ଖଇରାଥାନା ଅଞ୍ଚଳର ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ କି , ଗତ ଗୁରୁବାର ଠାରୁ ଝିଆ ନିଖୋଜ ହେବାର ଖବର ପରିବାର ଲୋକ ଖଇରା ଥାନାରେ ଅଭିଯୋଗ କରିଥିଲେ। ଗତ କାଲି ସଦର ପୋଲିସ ଝିଅର ପରିବାରକୁ ଖବର ଦେବା ପରେ ବାଲେଶ୍ଵରରୁ ବିଳମ୍ବିତ ରାତିରେ ପରିବାର ଲୋକ ମାନେ ସଦର ଥାନାରେ ପହଞ୍ଚି ଥିଲେ ଝିଅର ମୃତ୍ୟୁ ଏକ ହତ୍ୟା ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଛନ୍ତି ପରିବାର ଲୋକ ।

ଏହି ଘଟଣାରେ ସଂପୃକ୍ତ ଥିବା ଯୁବକ ସଦରଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ବନ୍ଧ ନୁଆଗାଁର ଜିତୁ ନାଏକ କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

ବାଲେଶ୍ଵରରୁ ଢେଙ୍କାନାଳ କିଭଳି ଆସିଥିଲେ ଏବଂ ମୃତର କାରଣ କଣ ରହିଛି ,ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।

new life
You might also like
error: Content is protected !!