News
lipub
samparksetu

ହାଣ୍ଡିଆ ବିକିବାକୁ ଯାଇଥିଲେ ଫେରିଲେ ମୃତ ଅବସ୍ଥାରେ!

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ଡଙ୍କାବୁଲର ଶ୍ରୀମତୀ ଛାତର ସ୍ବାମୀ ଶଙ୍କର ଛାତର ବୟସ ୩୮। ସବୁଦିନ ଶ୍ରୀମତୀ କଦଳୀପାଳ ଠାରେ ହାଣ୍ଡିଆ ବିକିବାକୁ ଯାଇଥାନ୍ତି। ଗତକାଲି ହାଣ୍ଡିଆ ବିକିବାକୁ ଯାଇଥିଲା ବେଳେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା ରୋକିବା ପାଇଁ ଚେଷ୍ଟା କରିଥିଲେ।

ଝଗଡ଼ା ରୋକିବା ତାଙ୍କ ପାଇଁ କାଳ ସାଜିଥିଲା। ଝଗଡ଼ା କରୁଥିବା ଲୋକର ଠେଙ୍ଗା ମାଡ଼ରେ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ଅଟୋ ସହାୟତାରେ ଘରକୁ ନେବା ପରେ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ଘରେ ତାଙ୍କର ଦୁଇ ଝିଅ ଗୀତା ଓ ମାଳତୀ ଅଛନ୍ତି। ଘଟଣା ପରେ ପୋଲିସ ପହଁଞ୍ଚି ଶବ ଜବତ କରି କାମାକ୍ଷାନଗର ବ୍ୟବଛେଦ ପାଇଁ ପଠାଇଛି।

new life
You might also like
error: Content is protected !!