News
lipub
samparksetu

ପୁଷ୍ପ ର ଦୁଃଖ ଶୁଣିବ କିଏ ; ଘର ଖଣ୍ଡିଏ ପାଇଁ ସରପଞ୍ଚ ଙ୍କ ଠାରୁ ବିଡ଼ିଓ ଙ୍କ ନିକଟକୁ ଧାଇଁ ଧାଇଁ ନିରାଶ !

ସରକାର ଙ୍କ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିବା ବେଳେ । ଆଜି ମଧ୍ୟ ଅନେକ ଗରିବ ପରିବାର ଅଛନ୍ତି ଯାହାଙ୍କ ପାଖରେ ଏହି ଯୋଜନା ପହଞ୍ଚିବା କଷ୍ଟକର ।

ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ ରାଇଡିହି ହରିଜନ ସାହିରେ ।ଉକ୍ତ ଅଞ୍ଚଳର ପୁଷ୍ପ ନାଏକ ଅନେକ ଥର ନିଜ ଘର ଖଣ୍ଡିଏ ପାଇଁ ଅନେକ ଦିନରୁ ଆବେଦନ କରିଛନ୍ତି କିନ୍ତୁ ୧୦ ହଜାର ନଦେବାରୁ ତାଙ୍କ ନାମ ଟି ହିତାଧିକାରୀଙ୍କ ଲିଷ୍ଟ ରେ ରଖା ଯାଉନଥିବାର ସେ ଅଭିଯୋଗ କରିଛନ୍ତି ।

ସ୍ୱାମୀ ଧନୁ ନାଏକ ଦିନମଜୁରିଆ ପରିବାରରେ ଅଛନ୍ତି ୨ ପୁଅ , ଦିନ ମଜୁରିଆ ହେତୁ ଘର ଖଣ୍ଡିଏ କରିବା ସଖ୍ୟମ ନୁହନ୍ତି ସେ ।
ସରକାରଙ୍କ ପକ୍ଷରୁ ୫ କି.ଗ୍ରା ରାସନ ମିଳୁଛି କିନ୍ତୁ ଅନେକ ଗୁହାରି ପରେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିଲା ନାହିଁ ।

new life
You might also like
error: Content is protected !!