News
lipub
samparksetu

ଯୁବକଙ୍କ ଆତ୍ମହତ୍ୟା !

ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ଗ୍ରାମରେ ଗତକାଲି ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ଗ୍ରାମର ବିକ୍ରମ ମହାପାତ୍ର ଙ୍କ ସାନପୁଅ ବିଦୁଷ ମହାପାତ୍ର (୨୩) ଚଳିତ ବର୍ଷ ବିବାହ କରିଥିଲେ ।

ଗତକାଲି ରାତିରେ ସେ ଘରେ ନିଜ ପିନ୍ଧିଥିବା ଲୁଙ୍ଗି କୁ ବେକରେ ଗୁଡାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଥିଲା ।ଘରୋଇ କଳହ କୂ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ଜଣାପଡିଛି ।ଖବର ପାଇ ହିନ୍ଦୋଳ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟକୁ ପଠାଇ ଥିଲେ। ଏ ସଂମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି ।

new life
You might also like
error: Content is protected !!