News
lipub
samparksetu

ଜିଲ୍ଲାରେ ୨୪ ଘଣ୍ଟାରେ ୮ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଦିନକୁ ଦିନ ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି। ଆଜି ସମଗ୍ର ଜିଲ୍ଲାରୁ ୮ ଜଣ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି। ଏମାନଙ୍କୁ ମଧ୍ୟରେ ୪ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକର ଶଙ୍କରପୁରରୁ ଜଣେ ଓ କାମଧେନୁକୋଟରୁ ୨ ଜଣ। ଗଁଦିଆ ବ୍ଲକ ଯୋରନ୍ଦାରୁ ଓ ବିଶ୍ବନାଥ ପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଢେଙ୍କାନାଳ ମୁନିସପାଲିଟିର ଦକ୍ଷିଣକାଳୀ ରୋଡରୁ, କଙ୍କଡ଼ାହାଡ଼ କନ୍ତୋଲରୁ ଓ ହିନ୍ଦୋଳ ବମ୍ପାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇ ଥିବା ସଂଖ୍ୟା ୨୧ ଜଣ। ସାଧାରଣ ଜନତା କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ବ୍ୟବହାର କରିବା ସହ ଆବଶ୍ୟକ ନଥାଇ ଘରୁ ବାହାରକୁ ନଯିବା ପାଇଁ ଅନୁରୋଧ।

new life
You might also like
error: Content is protected !!