News
lipub
samparksetu

ଜିଲ୍ଲାରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଜିଲ୍ଲାରେ କରୋନା ଗ୍ରାଫ କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ଦେଖାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରୁ ଆଜି ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୬ ଜଣ ଓ ବାକି ୧୫ ଜଣ ଡାକ୍ତରଖାନାରୁ ବୋଲି ଜଣାପଡିଛି।

ସଂକ୍ରମିତଙ୍କ ମଧ୍ୟରେ ସଦର ବ୍ଲକର ଭାପୁରରୁ ଜଣେ ଓ କାମଧେନୁକୋଟରୁ ପାଞ୍ଚ ଜଣ। ହିନ୍ଦୋଳ ବ୍ଲକ ବନମାଳୀପୁର, ମାଧପୁର, ନୂଆକୋଟ, ମହାଲୁଣ୍ଡା, ଖଲିବୋରେଇ, ବରହମପୁର ଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି କାମାକ୍ଷାନଗର ବ୍ଲକ ବାରୁଆଁରୁ ଓ ଏନଏସିରୁ ଜଣେ ଲେଖାଏଁ ଦୁଇ ଜଣ ଅଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ସିନର୍ଜି ଗେଷ୍ଟ ହାଉସରୁ ଜଣେ ଓ ଟାଉନ ଭିତରୁ ଦୁଇ ଜଣ ଅଛନ୍ତି। ଏହା ବ୍ୟତୀତ ଭୁବନ ବ୍ଲକ ସଦେଇପୁର, ଓଡ଼ାପଡ଼ା ବ୍ଲକ କୁଶଫଙ୍ଗା, ଗଁଦିଆ ବ୍ଲକ ସନ୍ଥସରାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହାଛଡା ଜଣେ ଡାକ୍ତରଖାନାରୁ ଚିହ୍ନଟଙ୍କ ଠିକଣା ହସ୍ତଗତ ହୋଇ ନାହିଁ। ଜନସାଧାରଣଙ୍କୁ ଅନୁରୋଧ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ। ମାସ୍କ ବ୍ୟବହାର କରିବା ସହ ଅଯଥାରେ ବୁଲନ୍ତୁ ନାହିଁ।

new life
You might also like
error: Content is protected !!