ତିନି ଅଙ୍କ ଛୁଇଁବାର ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତ ସଂଖ୍ୟା ପୁନର୍ବାର ଦୁଇ ଅଙ୍କରେ ସିମୀତ ରହିଛି। ଆଜିର ରିପୋର୍ଟ ଅନୁସାରେ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୪୭ ରହିଛି। ୪୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାର ହିନ୍ଦୋଳ ବ୍ଲକରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି। ବ୍ଲକର ମାଗୁବେରେଣୀରୁ ପାଞ୍ଚ, ମନିଆନାଳୀରୁ ତିନି, ନୂଆପାଟଣାରୁ ତିନି ଓ ଦୁଦୁରକୋଟ, ମାଡୁଆରୁ ଜଣେ ଲେଖାଏଁ ମୋଟ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ମୁନିସିପାଲିଟି, କାମାକ୍ଷାନଗର ଓ ଗଁଦିଆ ବ୍ଲକରୁ ପାଞ୍ଚ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ମୁନିସିପାଲିଟର ଚନ୍ଦନ ବଜାର, ଦକ୍ଷିଣ କାଳୀ, ଟାଉନପ୍ଲାନିଙ୍ଗ, ଦଣ୍ଡାସାହି ଓ ବନମାଳୀ ପ୍ରସାଦ ରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।
କାମାକ୍ଷାନଗର ବ୍ଲକ କୋଟଗରା, ଗାଙ୍ଗିଯୋଡି, ଗୁନେଇବିଲି, ଇଛାବତୀପୁର ଓ ବାଇସିଙ୍ଗାରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ସେହିପରି ଗଁଦିଆ ବ୍ଲକର ନିହଲପ୍ରସାଦ ଓ ଯୋରନ୍ଦାରୁ ଦୁଇ ଜଣ ଲେଖାଏଁ ଥିବା ବେଳେ ବେଗା ଗାଁ ର ଜଣେ ସଂକ୍ରମିତ ଅଛନ୍ତି।
ଓଡ଼ାପଡ଼ା ବ୍ଲକ ଓ କଙ୍କଡ଼ାହାଡ଼ ବ୍ଲକରୁ ତିନି ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଓଡ଼ାପଡ଼ା ବ୍ଲକର ଗୁଣ୍ଡିଚାପଡା ରୁ ଦୁଇ ଓ କାଉଁରିଆ ପାଳରୁ ଜଣେ ସଂକ୍ରମିତ ଅଛନ୍ତି। କଙ୍କଡ଼ାହାଡ଼ ବ୍ଲକର ସୁନ୍ଦରାମୁଣ୍ଡି, ବାଟଗାଁ ଓ କଣ୍ଟାପାଳ ଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଭୁବନ ବ୍ଲକର ବାରୁଆଁ ଓ ରାମକୃଷ୍ଣ ପୁରରୁ ଜଣେ ଲେଖାଏଁ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଭୁବନ ଏନଏସିରୁ ଦୁଇ ଜଣ ଓ ହିନ୍ଦୋଳ ଏନଏସିରୁ ଜଣେ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଡ଼ାକ୍ତରଖାନାରୁ ଜଣେ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାର ସକ୍ରିୟ କରୋନା ଚିକିତ୍ସିତଙ୍କ ସଂଖ୍ୟା ୪୪୧ ଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି।
