News
lipub
samparksetu

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ଯା ଅଭିଯୋଗ ଆଣିଛନ୍ତି ପରିବାର ଲୋକ

କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଜଣେ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିଛନ୍ତି ।

ପ୍ରକାଶ ଯେ , ଉକ୍ତ ଗ୍ରାମର ସନ୍ତୋଷ କୁମାର ରାଉତ ଙ୍କ ଘରେ ପର୍ଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗ୍ରାମର ଇନ୍ଦ୍ରମଣି ସଙ୍ଖୁଆଙ୍କ ପୁଅ ସୁନିଲ ସଙ୍ଖୁଆ (୨୫)ରହି ଡାଇନାମା ମିସ୍ତ୍ରୀ ଭାବେ କାର୍ଯ୍ଯ କରୁଥିଲେ । ସୁନିଲ ଭଉଣୀ ବିଭାଘର ନିମେନ୍ତ ମାଲିକ ସନ୍ତୋଷ ଙ୍କୁ ଜଣାଇ ନିଜର ପ୍ରପ୍ଯ ସମ୍ପର୍କରେ କହିଥିଲେ।

ଏହାର କିଛିସମୟ ପରେ ସନ୍ତୋଷ ସୁନିଲ ଙ୍କ ଘରକୁ ଖବର ଦେଇଥିଲେ ସୁନିଲ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।ସୁନିଲ ଙ୍କ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ସୁନିଲ ଙ୍କ ମୃତଦେହ ବାହାରେ ରଖାଯାଇଥିବା ଦେଖିବାକୁ ପାଇଥିଲେ ।ତେବେ କଣ୍ଟାବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ମୃତ ଦେହକୁ ବାହାରକୁ ଅଣାଯାଇଥିବାରୁ ସୁନିଲ ଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ ।

ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୁନିଲ ଙ୍କ ବାପା ଇନ୍ଦ୍ରମଣି ସଙ୍ଖୁଆ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଣ୍ଟାବଣିଆ ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟକୁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ଯୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।ଏହାର ବିଧିବଦ୍ଧ ତଦନ୍ତ ନିମେନ୍ତ ଦାବି ହୋଇଛି ।

new life
You might also like
error: Content is protected !!