News
lipub
samparksetu

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ !

ଆଜି ଅପରାହ୍ନରେ ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଟାପାଳ ଗାଁ ର ଶଙ୍କର୍ଷଣ ମହାଖୁଡଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ମହାଖୁଡ (୪୩) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାୟୀ , ସେ କାମ ଶେଷ କରି ଘରକୁ ଫେରୁଥିବା ସମୟରେ ଗାଁ ମୁଣ୍ଡରେ ସେ ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଥିବା ଜଣାପଡିଛି। ତିନି ବର୍ଷ ତଳେ ସେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ସନ୍ତାନ ଅଛି। ସେ ଜଣେ ଉତ୍ତମ ଯୁବକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି।

new life
You might also like
error: Content is protected !!