News
lipub
samparksetu

ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ମନ୍ଦିରରୁ ଚୋରି ଅଭିଯୋଗ

ବୁଧବାର ରାତ୍ରି ରେ ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମର ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ମନ୍ଦିର ପରିସରରୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ହୁଣ୍ଡୀରେ ଥିବା ଭକ୍ତ ମାନଙ୍କ ଦାନ ଅର୍ଥ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଏବଂ ପୂଜକଙ୍କର ଆସବାବ ସହିତ ୨ ହଜାର ଟଙ୍କା ଚୋରି ହୋଇଯାଇଛି ।

ତାପର ଦିନ ଗୁରୁବାର ସକାଳ ୪ ଟା ବେଳେ ପୂଜକ ଦେଖିଥିଲେ ଏବଂ ଗ୍ରାମବାସୀ ମାନଙ୍କୁ ଅବଗତ କରାଇବା ସହିତ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ । ଏ ସଂକ୍ରାନ୍ତରେ ଫାଣ୍ଡି ଅଧିକାରୀ ତଦନ୍ତ ଚାଲୁ ରଖିଛନ୍ତି ।

ଗ୍ରାମବାସୀ ମାନଙ୍କ କହିବା ଅନୁସାରେ ପୂର୍ବରୁ ସ୍ଥାନୀୟ ପୂଜକ ମାନେ ପୂଜାର୍ଚନା କରୁଥିଲେ । କିନ୍ତୁ କିଛି ଦିନ ହେବ ଅନ୍ୟ ଜଣେ ପୂଜକ ନୂଆ ନାଗେନା ରୁ ଆସି ପୂଜା କରୁଥିଲେ । ଉଦ୍ଦେଶ୍ୟ ମୂଳକ ଭାବେ କେହି ଦୁର୍ବୃତ୍ତ ନୂଆ ପୂଜକଙ୍କୁ ହଇରାଣ କରିବା ପାଇଁ ଏହା କରାଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାଯାଏ । ଏହାର ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବାପାଇଁ ଗ୍ରାମବାସୀମାନେ ଦାବିକରିଛନ୍ତି ।

new life
You might also like
error: Content is protected !!