News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ପରେ ଜିଲ୍ଲାରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୨୮୦ ରେ ପହଁଞ୍ଚି ଅଛି। ଏମାନଙ୍କ ମଧ୍ୟରୁ ୨୬୬ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଆଜିଠାରୁ ୧୮ ତାରିଖ ସକାଳ ୭ ପର୍ଯ୍ୟନ୍ତ ପରଜଙ୍ଗ ଗ୍ରାମ ଏବଂ ଗଡପଳ।ଶୁଣି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ପର୍ଜଙ୍ଗ ବ୍ଲକର ୬୯, କଙ୍କଡ଼ାହାଡ଼ ବ୍ଲକର ୪୫, ହିନ୍ଦୋଳ ବ୍ଲକରୁ ୪୪, ସଦର ବ୍ଲକରୁ ୨୪, ଗଁଦିଆ ବ୍ଲକରୁ ୨୨, ଓଡ଼ାପଡ଼ା ବ୍ଲକରୁ ୧୩, ଭୁବନ ଓ କାମାକ୍ଷାନଗର ବ୍ଲକରୁ ୭ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଏହାଛଡା ଢେଙ୍କାନାଳ ମୁନିସିପାଲିଟର ୨୭, ହିନ୍ଦୋଳ ଏନଏସିର ୯, ଭୁବନ ଏନଏସିରୁ ୩ ଓ କାମାକ୍ଷାନଗର ର ୬ ଜଣ ସଂକ୍ରମିତ ହୋଇଛନ୍ତି ।

ପରଜଙ୍ଗ ବ୍ଲକ ପରଜଙ୍ଗ ରୁ ୩୯, ସିଙ୍ଗିଡା ୧୨, ବସୁଳେଇ ୫, କୁଆଳୋ, ମେଣ୍ଢାପାଳ, ବାରିହାପୁର ର ୨ ଲେଖାଏଁ ଏବଂ ଡାମଳ ପରଜଙ୍ଗ, ପଙ୍ଗାତିରା, ସରାଙ୍ଗ, ଆମ୍ବପଳାସ, ଗଇଲ, ଖାଲପାଳ, ଗୋବରିରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

କଙ୍କଡ଼ାହାଡ଼ ବ୍ଲକର ଗଡପଳଶୁଣୀ ର ୧୭, ଜରଡା ୧୦, ପଙ୍ଗାତିରା ୪, ଦଶିପୁର ଓ ଦେହୁରୀ ହତା ୩ ଜଣ ଲେଖାଏଁ ଓ ପରଜଙ୍ଗ, କରଡାଖମଣ, ସୁନ୍ଦରମୁଣ୍ଡି, ବିରାଶାଳ, ଡମପାଳ, ଡଙ୍ଗାପାଳ, କମ୍ପୁଲେଇ, କାଠପାଳ ମାଇନ୍ସର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକରୁ ବାହାଲୁଣ୍ଡା ଓ ନୂଆବଗ ର ୫ ଲେଖାଏଁ, ରାସୋଳ, ମାଡୁଆ, କାରନ୍ଦା ଗାଁ ର ୩ ଜଣ ଲେଖାଏଁ, ବିଲେଇଖଳି, ମାହାଦିଆ, କନ୍ତାମିଲା, ଗୁହ୍ଲେଇ ର ୨ ଲେଖାଏଁ ଓ ଚରଡିଗାଡିଆ ଓଡାପଡା, ବଳସର, ଖଲିବୋରେଇ, ଛୋଟାପଡା, ନୂଆପାଟନା, ରଞ୍ଜାଗୋଳ, କୁଟୁରିଆ, ହରିପୁର, ଖାଲପାଳ, ଖଲିବେରେଣି, ବାଗଧେରିଆ, କଳିଙ୍ଗା, ମାଡୁଆକାରନ୍ଦା, ବାଲିକିଆରି, ଦୁଦୁରକୋଟ, ପଞ୍ଚୁପଡା, ବେଡାପଡାର ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସଦର ବ୍ଲକର ବଳଦିଆବନ୍ଧ ର ୪, ଗୋବିନ୍ଦପୁର ୬, ତାଳବରକୋଟ ୩, ନନ୍ଦନପୁର ୨ ଓ ମଙ୍ଗଳପୁର, ଗେଙ୍ଗୁଟିଆ, ନଡିଆଳି, ଚଷାପଡା, ବରପଦା, ସାରିଅ, ନୂଆଗାଁ, ରାଧାଦେଇପୁର, କଙ୍କଡ଼ାହାଡ଼ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ଦେଓଗାଁ ୩, କାବେରା, ମହାପଦା ୨ ଜଣ ଲେଖାଏଁ ଓ ବିଧାରପୁର, ଆତିଣ୍ଡା, ଝିଲି, ମାଣିତିରି, ଖଙ୍କର, ନାଟିମା, ବାଲିଗୋ, ଦିଗାମ୍ବରପୁର, କାଟେଣୀ, ନେଉଳପୋଇ, କରମୂଳ, ଦେଓଝର, ମହିମିଗାଦି, ଭାଲିଆପାଟ, ନୂଆଗଡର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ଓଡାପଡା, ବଦାଳୋ ର ୨ ଜଣ ଲେଖାଏଁ, କାଶିଆଡିହି, ମହେନ୍ଦ୍ରପୁର, ଚାଇଁପୁର, ପୋଡାପଡା, ପଞ୍ଚୁବଟି, ଘଟିପିରି, ଇନ୍ଦିପୁର, ବଉଳପୁର, ନାଧରା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଭୁବନ ବ୍ଲକର ଜୟପୁର ୨ ଓ କୃଷ୍ଣପୁର, କେଦୁପଡା, ଧଳପଡା, ମୃଦଙ୍ଗା, କୁନିଦାର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
କାମାକ୍ଷାନଗର ବ୍ଲକର କନ୍ତିଓକାଟେଣୀ, ବାଇସିଙ୍ଗାର ୨ ଓ କମଗରା, ନୀଳମାଧବପୁର, ଶୁଣ୍ଢିକାଟେଣୀର ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ।

ଢେଙ୍କାନାଳ ମୁନିସିପାଲିଟିର ଖମାରସାହି, ସିମିଳିଆ ୩ ଲେଖାଏଁ, ଶ୍ଯାମଚରଣପୁର, ଦେଉଳସାହି, ଜୁବୁଲିଟାଉନ, ବନମାଳୀ ପ୍ରସାଦ ର ୨ ଜଣ ଲେଖାଏଁ ଓ କୁଞ୍ଜକାନ୍ତ, ଅମଲାପଡା, ଗଣେଶ ବଜାର, ରିଜର୍ଭ ପୋଲିସ, ଗାନ୍ଧୀ ମନ୍ଦିର ରୋଡ଼, ଆନନ୍ଦ ବଜାର, ଷ୍ଟେସନ ବଜାର, କାଞ୍ଚନ ବଜାର, ଭଗବାନ ପୁର, ଦୁର୍ଗା ବଜାର, ମୀନା ବଜାର, ରାମେଶ୍ବର ପୁର, ଚାନ୍ଦମାରି ସାହିର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଡ଼ାକ୍ତରଖାନାରେ ଚିହ୍ନଟ ୪ ସଂକ୍ରମିତଙ୍କ ତଥ୍ୟ ମିଳିନଥିବା ବେଳେ
ସୁସ୍ଥ ହୋଇ ଫେରିଛନ୍ତି ୯୦ ଓ ଚିକିତ୍ସାଧୀନ ଅଛନ୍ତି ୧୭୪୬।

new life
You might also like
error: Content is protected !!