News
lipub
samparksetu

ଦୋକାନରେ ଅଗ୍ନିକାଣ୍ଡ , ଆହତ ହେଲେ ଦୋକାନୀ !

ଆଜି ସକାଳ ସମୟର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଟଣାଟି ଭୁବନ ବ୍ଲକର ଜମୁନାକୋଟ ଗ୍ରାମପଞ୍ଚାୟତର ଜମୁନାକୋଟ ବସ ଷ୍ଟାଣ୍ଡ ନିକଟରେ ଥିବା ଲଷ୍ମୀଧର ବେହେରାଙ୍କ ଦୋକାନରେ କୌଣସି କାରଣରୁ ଗ୍ୟାସଟାଙ୍କି ରୁ ଗ୍ୟାସ ଲିକି ହୋଇ ଅଗ୍ନିକାଣ୍ଡ ଘଟି ଦୋକାନର ସବୁ ଜିନିଷ ପତ୍ର ପୋଡିଯାଇଛି ।

ଦୋକାନରେ ଥିବା ପେଟ୍ରୋଲ ହେତୁ ନିଆଁ ର ପ୍ରକୋପ ବଢି ଯାଇଥିଲା । ଏ ଘଟଣାରେ ଦୋକାନର ମାଲିକ ଲଷ୍ମୀଧର ବେହେରାଙ୍କର ସାମାନ୍ୟ ଆହତ ହୋଇଥିବାର ସୂଚନା ରହିଛି । ଅଗ୍ନିଶମ ଦ୍ୱାରା ନିଆଁ କୁ ଆୟତ କରାଯାଇଥିଲା ।

new life
You might also like
error: Content is protected !!