News
lipub
samparksetu

୩୦୦ଲିଟର ମହୁଲି ସହ ଗାଡି ଜବତ,ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନ ରେଙ୍ଗାଳୀ ବାମ କେନାଲ ର କୁଳେଇ ଗ୍ରାମ ପାଖରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ବୋଝେଇ ଏକ ଟାଟା ମ୍ୟାଜିକ ସହ ଜଣେ ମଦ ମାଫିଆ ତାଳଚେର ଅଞ୍ଚଳର ଭ୍ରମର ସେଠ କୁ ଗିରଫ କରାଯାଇଛି।

ସେ ଏହି ଚୋରା ଦେଶି ରନ୍ଧା ମଦ କୁ ପରଜଙ୍ଗ ଥାନା ଆମ୍ବପାଳଶ ରୁ ଜଣେ କୁଖ୍ୟାତ ମଦ ମାଫିଆ ନିକଟରୁ ନେଇ ତାଳଚେର ଅଂଚଳ କୁ ଚାଲାଣ କରୁଥିଲା। ବିଶେଷ ସୂତ୍ର ରୁ ଖବର ପାଇ
ଦଦରା ଘାଟି ଫାଣ୍ଡି ପୋଲିସ ଦଳ ତାକୁ ଗାଡି ସହ କାବୁ କରିବାରେ ସକ୍ଷମ ହୋଇଛନ୍ତି।

ଆମ୍ବପଳାଶ ଗ୍ରାମର ମୁଖ୍ୟ ମଦ ଯୋଗଣକାରୀ ମାଫିଆଙ୍କ ନାମରେ ମାମଲା କରାଯାଇଛି।ସମୁଦାୟ ଜବତ ମଦ ୧୨ ଟି ରବର ବ୍ଲାଡ଼ର ରେ ଭର୍ତି ହୋଇ , ୬ ଟି ଜରି ବସ୍ତା ରେ ୩ଶହ ଲିଟର ମଦ ଚାଲାଣ ହେଉଥିଲା। ଏ ସଂକ୍ରାନ୍ତ ରେ ପରଜଙ୍ଗ ଥାନାରେ ଏକ ରୁଜୁ କରାଯାଇଛି ।

new life
You might also like
error: Content is protected !!