News
lipub
samparksetu

ବାତ୍ୟା ପୂର୍ବରୁ ଆପ୍ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ଫଳ ବଣ୍ଟନ

‘ୟସ’ ବାତ୍ୟାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ବିସ୍କୁଟ, ପାଉଁରୁଟି, କେକ୍ ଓ ଫଳ ପ୍ୟାକେଟ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବଣ୍ଟନ କରାଯାଇଛି ।

ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଆପ୍ ର ଏକ ଟିମ୍ ସମ୍ଭାବ୍ୟ ତ୍ୟାକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ୱାର୍ଡ ନଂ ୨୩, ଦେହୁରୀ ସାହିର ପ୍ରାୟ ୧୨ ଜଣଙ୍କୁ ଘର ଡିହ ପଟ୍ଟା ପାଇନଥିବା ବେଳେ ଏବେ ଚାଳ ଛପର ଘରେ ବାସ କରୁଛନ୍ତି ।

ଅର୍ଥlଭାବରୁ ସେମାନେ ନୂଆ ଛପର କରିପାରିନାହାନ୍ତି ।ଫଳରେ ଏହି ବାତ୍ୟା ବର୍ଷା ରେ ଘରେ ପାଣି ଗଳୁଛି ଯାହାକି ଏକ ବିପଦ ସଂକୁଳ ପରିବେଶ ସୃଷ୍ଟି ହୋଇଛି । ବାତ୍ୟା ଯୋଗୁଁ ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତରଣ କରିବାପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ ।

ଲୋକ ମାନଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରିବା ସହିତ ମାନସିକ ବିକୃତ ବ୍ୟକ୍ତି, ରାସ୍ତା କଡ଼ରେ ଖାଦ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତି ଏବଂ ଶୀତଳା ବସ୍ତି, ହାଟ ରୋଡ଼ ଡମ ସାହି, କୋରିଆଁ ଯୁଆଙ୍ଗ ସାହି, କଥାଗଡା ସାହି ପରି କିଛି ବସ୍ତି ବାସିନ୍ଦା ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ପ୍ୟାକେଟ ବଣ୍ଟନ କରିଥିଲେ ।

ଏହି ଟିମ୍ ରେ ଦଳର ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ, ଭୋଜରାଜ ସାହୁ, ଜିଲ୍ଲା ଲିଗାଲ ସେଲ ସମ୍ପାଦକ ଆଇନଜୀବୀ ଶାନ୍ତନୁ ରାଉତ, ବରିଷ୍ଠ ସଦସ୍ୟ କାମାକ୍ଷା ବେହେରା, ବିନୋଦ ମଲିକ, ଦୀନବନ୍ଧୁ ସେନାପତି ପ୍ରମୁଖ ସାମିଲ ଥିଲେ । ୟସ ବାତ୍ୟାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଜିଲ୍ଲାର ପ୍ରତ୍ୟେକ ପରିବାରଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାପାଇଁ ଦଳର କର୍ମୀ ମାନଙ୍କୁ ଆହ୍ୱାନ କରିଛନ୍ତି ।

new life
You might also like
error: Content is protected !!