News
lipub
samparksetu

ଠିକା କାମ ବିବାଦ କୁ ନେଇ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଅଳ୍ପକେ ବର୍ତ୍ତିଲେ ପରିବାର !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଠିକା କାମ କୁ ନେଇ ବିବାଦ ଚରମ ଋପ ଧାରଣ କରିଛି । ରାତିରେ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ପରିବାର ଲୋକ ।

କୁରୁଣ୍ଟି ଗ୍ରାମରେ ଟାଟା ବିଏସ୍ଏଲ୍ ପକ୍ଷରୁ ୨ କୋଟି ଟଙ୍କାର ଏକ ସୋଲାର ପ୍ରୋଜେକ୍ଟ କାର୍ଯ୍ଯକ୍ଷମ ହେଉଛି ।ଗ୍ରାମରେ ଏହି କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ତରଫରୁ ଏକ ୧୬ ଜଣିଆ କମିଟି ଗଠନ କରାଯାଇ କାମର ତଦାରଖ କରାଯାଉଥିଲା ।ଏହି କାମରେ ସୁଧାଂଶୁ ସାମଲ ଓ କ୍ଷିରୋଦ ସାମଲଙ୍କ ଜଣେ ଜଣେ ସଭ୍ଯ ହୋଇଥିବା ବେଳେ କାମକୁ ନେଇ କୌଣସି କାରଣରୁ ବିବାଦ ଲାଗିଥିଲା ।

ଏହାକୁ ନେଇ କମିଟି ଓ ସୁଧାଂଶୁଙ୍କ ମଧ୍ଯରେ ବିବାଦ ହେବାରୁ ଗଣ୍ଡଗୋଳ ହେବା ସହିତ ମାରପିଟ ହୋଇଥିଲା ।ଏହି ଘଟଣାରେ ସୁଧାଂଶୁଙ୍କ ପତ୍ନୀ ଶାନ୍ତି ସାମଲ ମୋଟଙ୍ଗା ଥାନାରେ କମିଟି ଓ ସନ୍ତୋଷ ଙ୍କ ନାଆଁ ରେ ଅସଦାଚରଣ କରିଥିବାର ଅଭିଯୋଗ କରିବାକୁ ଯାଇଥିଲେ ।

ଏହି ଘଟଣା ପରେ ବିବାଦ ଅଧିକ ତୀବ୍ର ହୋଇଥିଲା ।ରବିବାର ରାତିରେ କେହି ଦୁର୍ବୃତ୍ତ ସୁଧାଂଶୁଙ୍କ ପରିବାର ଲୋକ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇ ଦେଇଥିଲେ ।ଫଳରେ ରୋଷେଇ ଘର, କାଠ କେବିନ ,ଏବଂ ଗୁହାଳ ଘର ସହିତ ସମସ୍ତ ଆସବାବପତ୍ର ପୋଡି ଛାରଖାର ହୋଇଯାଇଥିଲା ।ଏହି ଘଟଣାରେ ଅଗ୍ନିସମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ ସନ୍ତୋଷ ଓ ତାର ସହଯୋଗୀ ଏ କମିଟିର ସଭ୍ଯ ମାନେ ଲଗାଇଦେଇଥିବାର ଅଭିଯୋଗ ହୋଇଥିବା ବେଳେ କମିଟି ଏହାକୁ ଖଣ୍ଡନ କରିଛି ।

କମିଟି ଅଭିଯୋଗ ଅନୁସାରେ ସୁଧାଂଶୁ ଏବଂ ତାର ବାପା ଯୁଗଳ ସାମଲ ନିଜେ ଘରେ ନିଆଁ ଲଗାଇଦେଇ କମିଟି ନାଆଁରେ ମିଥ୍ୟା ଆରୋପ କରୁଥିବାର ପ୍ରକାଶ କରିଛନ୍ତି ।ଅପରପକ୍ଷେ ପୋଲିସ ଏହି ଘଟଣାକୁ ସଠିକ ସମୟରେ ସମାଧାନ ନକରିବାରୁ ବିବାଦ ତିବ୍ରରୂପ ଧାରଣ କରି ଶେଷରେ ଘର ପୋଡିବା ଭଳି କାର୍ଯ୍ଯ ହୋଇଥିବାର ଜଣାପଡିଛି ।

new life
You might also like
error: Content is protected !!