News
lipub
samparksetu

ଓଡ଼lପଡାରେ ବିଶାଳ ରକ୍ତଦାନ ଶିବିର

ସାରା ଦେଶରେ ବ୍ୟାପିଥିବା ମହାମାରୀ କରୋନା କାଳରେ ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ନିମନ୍ତେ ରକ୍ତ ର ଅଭାବ ଦେଖାଦେଇଥିବା ପରିପ୍ରେକ୍ଷୀରେ ସାମାଜିକ ଦାଇତ୍ୱ ବୋଧ କୁ ଆଖି ଆଗରେ ରଖି ଢେଙ୍କାନାଳ ଜିଲ୍ଲାର ଓଡାପଡା ପ୍ରେସ କ୍ଲବ ସୌଜ୍ୟନ ରେ ୨୦ ତାରିଖ ରବିବାର ଦିନ ହିନ୍ଦୋଳ ରୋଡ଼ ସାପ୍ତାହିକ ହାଟ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ନରୋତମ ସାହୁ,ସମ୍ମାନୀୟ ଅତିଥି ଓଡାପଡା ବ୍ଲକ ଚେୟାରମ୍ୟାନ ସସ୍ମିତା ମହାନ୍ତି, ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା ,ବାଙ୍ଗୁରସିଂ ସରପଞ୍ଚ ଜଗବନ୍ଧୁ ଦଳେଇ, ଓଡାପଡା ସରପଞ୍ଚ ସନ୍ତୋଷ ବେହେରା, ବଳରାମ ପ୍ରସାଦ ସରପଞ୍ଚ ଜିତେନ୍ଦ୍ର ଧୀର,ଅନନ୍ୟା ଗ୍ୟାସ ବିତରକ ପ୍ରଦୀପ ନାୟକ, ସମାଜସେବୀ ଛବିରାଜ ବିଶ୍ୱାଳ, ଘନଶ୍ୟାମ ନାୟକ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସ।ହିତ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ରେଡ଼କ୍ରସ ତରଫରୁ ପରମାନନ୍ଦ ପଣ୍ଡା, ସୌଭାଗ୍ୟ ମିଶ୍ର,ରୋହିତ ଦାସ, ବରୁଣ ସାହୁ ଓ ଅଜୟ ସ୍ୱାଇଁ ରକ୍ତଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।ପ୍ରେସ କ୍ଲବର ସଭାପତି ଶେଷଦେଵ ରାଉତଙ୍କ ସହିତ ସାମ୍ବାଦିକ ପ୍ରତାପ ବେହେରା, ସତ୍ୟଜିତ ପଟ୍ଟନାୟକ, ନବକିଶୋର ସାହୁ,ଜଟି ନାଏକ,ଲୋକେଶ ସାହୁ, ନକୁଳ ରାଉତ ଓ ସୁବ୍ରତ ନାୟକ ଏହାକୁ ପରିଚାଳନା କରି ସଦର ବିଧାୟକ ସୁଧୀର ସାମଲ ଙ୍କ ପକ୍ଷରୁ ପ୍ରଦତ୍ତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ ।

ଏହି ଶିବିର ରେ ମୋଟ ୬୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ଅମରେନ୍ଦ୍ର ଦାସ, ଜିତେନ୍ଦ୍ର ପଟ୍ଟନାୟକ, ବେଣୁଧର ସାହୁ ଓ ସଞ୍ଜୟ ସ୍ୱାଇଁ ଯୋଗ ଦେଇଥିଲେ।

new life
You might also like
error: Content is protected !!